ବିନ୍ଦୁଙ୍କ ବିବାହ ନେଇ ଏବେଠୁ ହେଲାଣି ବିବାଦ

ଗୁଜୁରାଟ: ଦୁନ ୪: ଆଉ ଦିନ କେଇଟା ପରେ ହେବ ବିବାହ । ଏଥିପାଇଁ ସରିଲାଣି ସବୁ ପ୍ରସ୍ତୁତି । ହୋମ ନିଆଁ ଜଳିବ, ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ । ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ । ନିଜକୁ ନିଜେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିବା ଗୁଜୁରାଟର ୨୪ ବର୍ଷୀୟ ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜୁନ୍‌ ୧୧ରେ […]

Samaya Live Picture
Published On

ଗୁଜୁରାଟ: ଦୁନ ୪: ଆଉ ଦିନ କେଇଟା ପରେ ହେବ ବିବାହ । ଏଥିପାଇଁ ସରିଲାଣି ସବୁ ପ୍ରସ୍ତୁତି । ହୋମ ନିଆଁ ଜଳିବ, ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ । ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ । ନିଜକୁ ନିଜେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିବା ଗୁଜୁରାଟର ୨୪ ବର୍ଷୀୟ ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜୁନ୍‌ ୧୧ରେ କ୍ଷମା ବିନ୍ଦୁ ନିଜକୁ ନିଜେ ବାହା ହେବାକୁ ଯାଉଛନ୍ତି । ହେଲେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ବିଜେପି ନେତ୍ରୀ ସୁନୀତା ଶୁକ୍ଳା କହିଛନ୍ତି, ଯଦି ସେ ମନ୍ଦିରରେ ନିଜକୁ ନିଜେ ବିବାହ କରନ୍ତି, ତାହେଲେ ଆମେ କେବେବି ଏହା କରିବାକୁ ଦେବୁ ନାହିଁ । କାରଣ ଏଭଳି ବିବାହ ହିନ୍ଦୁ ଧର୍ମ ବିରୋଧୀ । ସୁନୀତା ଆହୁରି କହିଛନ୍ତି, ବିନ୍ଦୁଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ । ହିନ୍ଦୁ ସଂସ୍କୃତିରେ ଏମିତି କୌଣସି ସ୍ଥାନରେ ଲେଖା ହୋଇନାହିଁ ଯେ, ଜଣେ ପୁଅ, ପୁଅକୁ ବିବାହ କରିପାରିବ ଓ ଜଣେ ଝିଅ, ଝିଅକୁ ବିବାହ କରିପାରିବ । ତେଣୁ ବିନ୍ଦୁ ଯଦି କୌଣସି ମନ୍ଦିରରେ ନିଜକୁ ନିଜେ ବାହା ହୁଅ;ୁ, ତାହେଲେ ତାଙ୍କୁ ଏଥିପାଇଁ ଅନୁମତି ମିଳିବ ନାହିଁ । ଏହାକୁ ବିରୋଧ କରାଯିବ । ଏଭଳି ବିବାହ ହିନ୍ଦୁ ଧର୍ମ ବିରୋଧୀ । ଯଦି କିଛି ଧର୍ମ ବିରୋଧୀ କାର୍ଯ୍ୟ ହୁଏ, ତାହେଲେ କୌଣସି ଆଇନ୍‌ ଚଳିବନି ।