କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି,୨୬୦୦ କୋଟିର ସ୍କିମକୁ ମଂଜୁରୀ

ନୂଆଦିଲ୍ଲୀ : ଡିଜିଟାଲ କାରବାର ପାଇଁ ୨୬୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଅନୁମୋଦନ କରିଛନ୍ତି ମୋଦି ସରକାର । ରୁପେ ଡେବିଟ୍ କାର୍ଡ ବ୍ୟବହାରକୁ ପ୍ରେତ୍ସାହିତ କରିବାକୁ କେନ୍ଦ୍ର ସରକାର ଏକ ଯୋଜନା କରିଛନ୍ତି । ଏହି ଯୋଜନା ଅନୁସାରେ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କମ ମୂଲ୍ୟର ନେଣଦେଣ କଲେ ଇନସେଣ୍ଟିଭ ବା ପୁରସ୍କାର ମିଳିବ । ଭିମ୍‌ ୟୁପିଆଇରୁ କାରବାର ଉପରେ ପ୍ରୋତ୍ସାହନ ଉପଲବ୍ଧ ହେବ। ଏହା ସହିତ ତିନୋଟି ମଲ୍ଟି ଲେବଲ […]

Samaya Live Picture
Published On

ନୂଆଦିଲ୍ଲୀ : ଡିଜିଟାଲ କାରବାର ପାଇଁ ୨୬୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଅନୁମୋଦନ କରିଛନ୍ତି ମୋଦି ସରକାର । ରୁପେ ଡେବିଟ୍ କାର୍ଡ ବ୍ୟବହାରକୁ ପ୍ରେତ୍ସାହିତ କରିବାକୁ କେନ୍ଦ୍ର ସରକାର ଏକ ଯୋଜନା କରିଛନ୍ତି । ଏହି ଯୋଜନା ଅନୁସାରେ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କମ ମୂଲ୍ୟର ନେଣଦେଣ କଲେ ଇନସେଣ୍ଟିଭ ବା ପୁରସ୍କାର ମିଳିବ ।

ଭିମ୍‌ ୟୁପିଆଇରୁ କାରବାର ଉପରେ ପ୍ରୋତ୍ସାହନ ଉପଲବ୍ଧ ହେବ। ଏହା ସହିତ ତିନୋଟି ମଲ୍ଟି ଲେବଲ କୋଅପରେଟିଭ୍‌ ସୋସାଇଟି, ପ୍ରଧାନମନ୍ତ୍ରୀ ମାଗଣା ଖାଦ୍ୟ ଯୋଜନାର ନାମ ପରିବର୍ତ୍ତନ କରିବାକୁ ମୋଦି କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନଠାରୁ ଏହି କାର୍ଯ୍ୟକ୍ରମର ନାମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେବ। ପୂର୍ବ କ୍ୟାବିନେଟ ବୈଠକରେ ମାଗଣା ଖାଦ୍ୟ ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି, ମଲ୍ଟି ଲେବଲ କୋଅପରେଟିଭ୍‌ ସୋସାଇଟି ଅଧିନିୟମ ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ମଲ୍ଟି ଷ୍ଟେଟ କୋଅପରେଟିଭ ଏକ୍ସପୋର୍ଟ ସୋସାଇଟି ପ୍ରତିଷ୍ଠା ପାଇଁ ମୋଦି କ୍ୟାବିନେଟ ଅନୁମୋଦନ କରିଛି। ସମବାୟ ସମିତିର ଅନ୍ତର୍ଭୂକ୍ତ ବିକାଶ ମଡେଲ ମାଧ୍ୟମରେ ସହଯୋଗୀ ସମୃଦ୍ଧିର ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ।

ଖାଦ୍ୟ ଯୋଜନାର ଅବଧି ୩୧ ଡିସେମ୍ବରରେ ଶେଷ ହେଉଥିଲା।ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଏପ୍ରିଲ ୨୦୨୦ରେ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିଲା। ଗତ କ୍ୟାବିନେଟ ବୈଠକରେ ସମାନ ବର୍ଷକୁ ବୃଦ୍ଧି କରାଯାଇଥିଲା।

Tags: