BIG BILLION SALE :ଫ୍ଲିପକାର୍ଟ- ଆମାଜନରୁ କିଣନ୍ତୁ ଏହି ୧୦ ଟି ଜିନିଷ ,ବଜାର ଅପେକ୍ଷା ରହିଛି ଶସ୍ତା
ଦେଶ ଦୁଇଟି ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଓ ଆମIଜନ ରେ ଲାଗିଛି ‘ବିଗ ବିଲିଅନ ସେଲ’ I ପ୍ରତିବର୍ଷ ପୂଜା ଉତ୍ସବ ସମୟରେ ଏହି ଖାସ ସେଲ ଲାଗିଥାଏ I ଏଥିରେ କିଛି ବଛା ବଛା ସାମଗ୍ରୀ ଉପରେ ବଡ଼ ରିହାତି ସହିତ ଆକର୍ଷଣୀୟ ଉପହାର ମଧ୍ୟ ଗ୍ରାହକଙ୍କୁ ମିଳିଥାଏ I ଆମଜନ ର (ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ) ଏବଂ ଫ୍ଲିପକାର୍ଟ ର (BIG BILLION SALE) ଆସନ୍ତା ୨୩ ସେପ୍ଟେମ୍ବର ରୁ ଆରମ୍ଭ […]
ଦେଶ ଦୁଇଟି ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଓ ଆମIଜନ ରେ ଲାଗିଛି ‘ବିଗ ବିଲିଅନ ସେଲ’ I ପ୍ରତିବର୍ଷ ପୂଜା ଉତ୍ସବ ସମୟରେ ଏହି ଖାସ ସେଲ ଲାଗିଥାଏ I ଏଥିରେ କିଛି ବଛା ବଛା ସାମଗ୍ରୀ ଉପରେ ବଡ଼ ରିହାତି ସହିତ ଆକର୍ଷଣୀୟ ଉପହାର ମଧ୍ୟ ଗ୍ରାହକଙ୍କୁ ମିଳିଥାଏ I ଆମଜନ ର (ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ) ଏବଂ ଫ୍ଲିପକାର୍ଟ ର (BIG BILLION SALE) ଆସନ୍ତା ୨୩ ସେପ୍ଟେମ୍ବର ରୁ ଆରମ୍ଭ ହେଉଛି I
ସାଧାରଣତଃ ଇ-କମର୍ସ କମ୍ପାନୀ ଗୁଡିକ ଅଧିକରୁ ଅଧିକ ବିକ୍ରି ତଥା ବଜାର ଦରରୁ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ଘରେ ଘରେ ଜିନିଷ ପହଞ୍ଚାଇଥାନ୍ତି I ଏହି ଦୁଇ କମ୍ପାନୀର ଲାଗିବାକୁ ଥିବା ସେଲ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୫ ସେପ୍ଟମ୍ବର ଯାଏଁ ଚାଲିବ I କିନ୍ତୁ ଫ୍ଲିପକାର୍ଟ ର ଏହି ସେଲ ୩୦ ସେପ୍ଟେମ୍ବର ଯାଏଁ ରହିବ I ଆମIଜନ ନିଜର ପ୍ରାଇମ ଗ୍ରାହକଙ୍କ ପାଇଁ କୁପନ ଅନୁସାରେ ଏଥିରେ ବଡ଼ ରିହାତି ରଖିଛି I ସେହିଭଳି ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣାବିକାରେ ବଡ଼ ରିହାତି ଦେଇଥାଏ I ଅନ୍ୟପଟେ ଫ୍ଲିପକାର୍ଟ ନିଜର ପ୍ଲସ ମେମ୍ବର ମାନଙ୍କ ପାଇଁ ସେଲ ଲାଗିବାର ଗୋଟିଏ ଦିନ ପୂର୍ବରୁ ଏହି ରିହାତି ଦେଇଥାଏ I
ଜାଣନ୍ତୁ କେଉଁ କେଉଁ ଜିନିଷ ଉପରେ ରହିଛି ରିହାତି :
ଏହି ଉତ୍ସବ ଋତୁରେ ଆପଣ ହାତଖୋଲି ମନପସନ୍ଦ ର ଜିନିଷ କିଣିପାରିବେ I ଆମIଜନ ସେଲ ରେ ଟିଭି,ଫ୍ରିଜ,ୱାସିଂମେସିନ ଭଳି ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡିକ ଉପରେ ୭୦%ଯାଏ ରିହାତି ରହିଛି I ଏହାବାଦ କାର୍ଟ ଭାଲ୍ୟୁ ଉପରେ ୧୦,୭୫୦ ଅତିରିକ୍ତ କ୍ୟାସ ବ୍ୟାକ ସହିତ ନୋ କଷ୍ଟ ଇଏମଆଇ ଯାହାକି ମାତ୍ର ମାସକୁ ୨୯୧ ଟଙ୍କାରୁ ଆରମ୍ଭ ହେଉଛି I ସେହିଭଳି କ୍ରେଡିଟକାର୍ଡ ଉପରେ ୧୦ ପ୍ରତିଶତ ରିହାତି ମଧ୍ୟ ମିଳିଥାଏ I ଅନ୍ୟପଟେ ଫ୍ଲିପକାର୍ଟ ମଧ୍ୟ ନିଜ ଗ୍ରାହକ ମାନଙ୍କୁ ଟିଭି ଏବଂ ଅନ୍ୟ ଇଲେକ୍ଟୋନିକ୍ସ ସାମଗ୍ରୀ ଉପରେ ୮୦ ପ୍ରତିଶତ ରିହାତି ଦେବା ସହିତ ଫର୍ନିଚର ଓ ମ୍ୟାଟ୍ରେସ ଉପରେ ୮୫%ପ୍ରତିଶତ ରିହାତି ଦେଉଛି I ସେହିଭଳି ଆଇସିଆଇସିଆଇ ଏବଂ ଆକ୍ସିସ ବ୍ୟାଙ୍କ ର କାର୍ଡ ଥିଲେ ଫ୍ଲିପକାର୍ଟ ତରଫରୁ ଅଧିକ ୧୦ ପ୍ରତିଶତ ରିହାତି ପାଇପାରିବେ I ସେହିଭଳି ପେଟିଏମ ରେ ପେମେଂଟ କଲେ ୧୦ ପ୍ରତିଶତ ସୁନିଶ୍ଚିତ ଗ୍ୟାରେଣ୍ଟି ଦେଉଛି I




