ଭୁପେନ୍ଦ୍ର ସିଂ ଚୌଧୁରୀ ହେଲେ ୟୁପି ବିଜେପିର ନୂଆ ଅଧ୍ୟକ୍ଷ
ଲକ୍ଷ୍ମୌ: ଆଜି ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଭୁପେନ୍ଦ୍ରଙ୍କୁ ଜାଠ ସମୁଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ସହ ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦରେ ତାଙ୍କୁ ସମ୍ମାନିତ କରାଯାଇଛି । ସୂଚନା ଥାଉଯେ, ରାଜଧାନୀ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ବିବାଦୀୟ ତିନୋଟି କୃଷି ନିୟମ ବିରୁଦ୍ଧରେ ଏକ ବର୍ଷ ଧରି […]
ଲକ୍ଷ୍ମୌ: ଆଜି ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଭୁପେନ୍ଦ୍ରଙ୍କୁ ଜାଠ ସମୁଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ସହ ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦରେ ତାଙ୍କୁ ସମ୍ମାନିତ କରାଯାଇଛି ।
ସୂଚନା ଥାଉଯେ, ରାଜଧାନୀ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ବିବାଦୀୟ ତିନୋଟି କୃଷି ନିୟମ ବିରୁଦ୍ଧରେ ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ ଜାଟ ସମ୍ପ୍ରଦାୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତେବେ ସ୍ୱତନ୍ତ୍ର ଦେବ ସିଂହଙ୍କ ପଦରେ ଭୁପେନ୍ଦ୍ର ଚୌଧୁରୀ ରହିବେ ।




