ଭୋପାଳ ଗ୍ୟାସ ଦୁର୍ଘଟଣା, ମିଳିବନି ଅତିରିକ୍ତ ସହାୟତା : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା କୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ I ଏହି ଦୁର୍ଘଟଣାେ ପୀଡିତଙ୍କ ପାଇଁ କ୍ଷତିପୂରଣ ରାଶି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ Iସୁପ୍ରିମକୋର୍ଟରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ଅନୁଯାୟୀ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସୂଚନା ଅନୁସାରେ, ୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ ଟ୍ରାଜେଡିରେ ପୀଡିତମାନଙ୍କୁ ୭୪୦୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ରାଶି ଦେବା […]
ନୂଆଦିଲ୍ଲୀ : ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା କୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ I ଏହି ଦୁର୍ଘଟଣାେ ପୀଡିତଙ୍କ ପାଇଁ କ୍ଷତିପୂରଣ ରାଶି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ Iସୁପ୍ରିମକୋର୍ଟରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ଅନୁଯାୟୀ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
ସୂଚନା ଅନୁସାରେ, ୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ ଟ୍ରାଜେଡିରେ ପୀଡିତମାନଙ୍କୁ ୭୪୦୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ରାଶି ଦେବା ପାଇଁ ଏକ କ୍ୟୁରେଟିଭ ଯାଚିକା ଦାୟର କରିଥିଲେ କେନ୍ଦ୍ର ସରକାର । ଗ୍ୟାସ ପୀଡିତଙ୍କ ପାଇଁ କାମ କରୁଥିବା ସଂଗଠନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେଣୁ କ୍ଷତିପୂରଣ ରାଶିକୁ ପରିବର୍ତ୍ତନ କରିବା ସହ ପୁଣିଥରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଉ ବୋଲି ଦାବି କରି ଏହି କ୍ୟୁରେଟିଭ ପିଟିସନ ଦାୟର କରାଯାଇଥିଲା ।
ସୂଚନାଯୋଗ୍ୟ ୧୯୮୪ର ଘଟିଥିଲା ଏହି ଦୁର୍ଘଟଣା । ୧୯୮୪ ଡିସେମ୍ବର ୪ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଥିଲା । ରାତିରେ ଏହି ଘଟଣା ଘଟିଥିବାରୁ ଅଧିକାଂଶ ଲୋକେ ଗଭୀର ନିଦରେ ଶୋଇଥିଲେ । ତେଣୁ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।




