ବରିଷ୍ଠ ରାଜନୀତିଜ୍ଞ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ: ଟ୍ୱିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି I ଦଶନ୍ଧି ଦଶନ୍ଧି ଧରି ଭାରତୀୟ ରାଜନୀତି କ୍ଷେତ୍ରକୁ ବିଶେଷ ଅବଦାନ ଦେଇ ଆସିଥିବା ଆଡଭାନୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଏହା ଉପଯୁକ୍ତ ସମ୍ମାନ । I am very happy to share that Shri LK Advani Ji will be […]

Samaya Live Picture
Published On

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି I ଦଶନ୍ଧି ଦଶନ୍ଧି ଧରି ଭାରତୀୟ ରାଜନୀତି କ୍ଷେତ୍ରକୁ ବିଶେଷ ଅବଦାନ ଦେଇ ଆସିଥିବା ଆଡଭାନୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଏହା ଉପଯୁକ୍ତ ସମ୍ମାନ ।

ଏନେଇ ମୋଦୀ ନିଜ ଏକ୍ସ’ରେ ଲେଖିଛନ୍ତି,‘ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିବା ମୋ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ମୁହୂର୍ତ୍ତ । ଏହି ଅବସରରେ ମୁଁ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଉଛି । ଆଡଭାନୀ ହେଉଛନ୍ତି ଆମ ସମୟର ସମ୍ମାନଜନକ ରାଜନେତାଙ୍କ ମଧ୍ୟରୁ ଜଣେ । ଦେଶର ବିକାଶ ଦିଗରେ ଆଡଭାନୀଙ୍କର ଅଶେଷ ଅବଦାନ ରହିଛି । ସେ ସମାଜର ସାଧାରଣ ସ୍ତରରୁ ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ଅଧିନରେ ଗୃହମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ସଂସଦୀୟ କାର୍ଯ୍ୟକଳାପ ସର୍ବଦା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ।’

Tags: