ନୀରିହ ଜୀବଙ୍କୁ ସୁରକ୍ଷା ଦେବ ଭନ୍ତରା
ଭୁବନେଶ୍ୱର : ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସହ ତାଙ୍କ ଯତ୍ନ ନେବା ପାଇଁ ଭନ୍ତରା ଏକ ଅଭିଯାନ ଅଟେ । ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏହାର ନିର୍ମାତା ଅଟନ୍ତି । ନିକଟରେ ସେ ଭନ୍ତରା ଏକ ସୁପରଷ୍ଟାର ନାମରେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।ଏହାଏକ ସିରିଜ ଅଟେ । ସିରିଜରେ ପ୍ରଥମରେ ଗୌରୀ ନାମକ ଏକ ହାତୀକୁ ଦେଖିବାକୁ ମିୀଳିଛି । ଯାହାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା ।ସେତେବେଳେ ସେ ବାତରୋଗରେ […]
ଭୁବନେଶ୍ୱର : ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସହ ତାଙ୍କ ଯତ୍ନ ନେବା ପାଇଁ ଭନ୍ତରା ଏକ ଅଭିଯାନ ଅଟେ । ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏହାର ନିର୍ମାତା ଅଟନ୍ତି । ନିକଟରେ ସେ ଭନ୍ତରା ଏକ ସୁପରଷ୍ଟାର ନାମରେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।ଏହାଏକ ସିରିଜ ଅଟେ । ସିରିଜରେ ପ୍ରଥମରେ ଗୌରୀ ନାମକ ଏକ ହାତୀକୁ ଦେଖିବାକୁ ମିୀଳିଛି । ଯାହାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା ।ସେତେବେଳେ ସେ ବାତରୋଗରେ ପୀଡିତ ଥିଲା ଏବଂ ସେ ଭଲ ଭାବେ ଦେଖି ପାରୁନ ଥିଲା । ମାତ୍ର ଭନ୍ତରାରେ ତାର ଲାଳନ ପାଳନ ଓ ଯତ୍ନ ନେବା ଦ୍ୱାରା ସେ କ୍ରମେ ସୁସ୍ଥ ହୋଇଥିଲା । ଗୌରୀ ରାଧା କ୍ରିଷ୍ଣା ଟେମ୍ପୁଲ ଏଲିଫ୍ୟାଣ୍ଟ େଓଲଫେୟାରକୁ ଆସିଥିବା ପ୍ରଥମ ମହିଳା ହାତୀ । ସେ ସୁସ୍ଥ ହେବା ସହ ଧୀରେ ଧୀରେ ସମସ୍ରଙ୍କର ଅତି ପ୍ରିୟ ହୋଇଯାଇଥିଲା । ଏହି ଅଭିଯାନ ଦ୍ୱାରା ଏଠାରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦିଆଯିବ । ଦିତୀୟରେ ଏଭଳି କିଛି ସିରିଜ କରି କାହାଣୀ ମାଧ୍ୟମରେ ଲୋକଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସଚେତନ କରାଯିବ । ଲୋକଙ୍କୁ ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣ ବିଷୟରେ ବୁଝାଯିବ । ଏହି ସିରିଜ କୌଣସି ନିର୍ଦ୍ଧିଷ୍ଟ ବୟସର ବ୍ୟକ୍ତିଙ୍କ ପାଇଁ ନୁହେ ଁ । ସବୁ ବର୍ଗର ପିଲା ଏହାକୁ ଦେଖିପାରିବେ ।

ଭନ୍ତରା ଗୁଜୁରାଟର ଜାମନଗର ରିଫାଇନାରି କମ୍ପେ୍ଲକ୍ସରେ ନିର୍ମାଣ କରାଯାଇଛି । ଏହା ୩ହଜାର ଏକରରେ ତିଆରି ହୋଇଛି । ୨ହଜାରରୁ ଅଧିକ ଜଙ୍ଗଲୀ ଜନ୍ତୁଙ୍କୁ ଏଠାରେ ଖାଦ୍ୟ ଯୋଗାଯାଉଛି । ହାତୀଙ୍କ ପାଇଁ ସବୁଠାରୁ ବଡ ମେଡିକାଲ ଏଠାରେ ଅଛି ।ଏଥିରେ ୪୩ ପ୍ରଜାତିର ଜୀବଙ୍କୁ ସଂରକ୍ଷଣ କରି ରଖାଯାଇଛି । କଥା କହି ପାରୁ ନ ଥିବା ନିରୀହ ଜୀବଙ୍କ ସୁରକ୍ଷା ଦିଗରେ ଭନ୍ତରା କାମ କରୁଛି ।
ଗୌରୀର କାହାଣି ଅନେକ ଲୋକଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଉତ୍ସାହିତ କରିବ ।ଏଥିରେ ହାତୀ ଗୌରୀର ଭଏସ ଓଭର ଦେଇଥିବା ନିନା ଗୁପ୍ତା ତାଙ୍କୁ ଏହି ଦାୟିତ୍ୱମିଳିଥିବାରୁ ଅତ୍ୟନ୍ତି ଖୁସି ଅଛନ୍ତି । ଭନ୍ତରା ଏଡୁଟେନମେଣ୍ଟ ସିରିଜ ଲୋକଙ୍କୁ ସତର୍କ କରିବା ସହ ଲୋକଙ୍କ ପାଇଁ ଆମୋଦପ୍ରମୋଦର ମାଧ୍ୟମ ହୋଇପାରିବ । ଏହଦ୍ୱାରା ଲୋକମାନଙ୍କ ଭିତରେ ସହଜରେ ସଚେତନତା ସୃସ୍ଟି କରାଯାଇ ପାରିବ ବୋଲି ନିନା ଗୁପ୍ତା କହିଛନ୍ତି




