ବେଙ୍ଗାଲୁରୁରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ୨୧- ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର କଲେଜର ଏକ ପୁରୁଷ ଶୌଚାଳୟରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ଛାତ୍ର ଜୀବନ ଗୌଡ଼ାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପଞ୍ଚମ ସେମିଷ୍ଟାର ଛାତ୍ର ହୋଇଥିବାବେଳେ ବୁଧବାର ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଘଟଣାଟି ଅକ୍ଟୋବର ୧୦ରେ ଘଟିଥିବାବେଳେ ପୀଡ଼ିତା ଛାତ୍ରୀ ୧୫ ଅକ୍ଟୋବରରେ ଏନେଇ ଅଭିଯୋଗ କରିଥିଲେ। […]
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ୨୧- ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର କଲେଜର ଏକ ପୁରୁଷ ଶୌଚାଳୟରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ଛାତ୍ର ଜୀବନ ଗୌଡ଼ାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପଞ୍ଚମ ସେମିଷ୍ଟାର ଛାତ୍ର ହୋଇଥିବାବେଳେ ବୁଧବାର ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଘଟଣାଟି ଅକ୍ଟୋବର ୧୦ରେ ଘଟିଥିବାବେଳେ ପୀଡ଼ିତା ଛାତ୍ରୀ ୧୫ ଅକ୍ଟୋବରରେ ଏନେଇ ଅଭିଯୋଗ କରିଥିଲେ। ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା ଗୋଟିଏ ଶ୍ରେଣୀରେ ପଢ଼ନ୍ତି ଓ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ବିଏନ୍ଏସ୍ ଧାରା ୬୪ରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।




