ଅସ୍ତ୍ରୋପଚାର କରିବା ପାଇଁ ରାସ୍ତାରେ ଦୌଡ଼ିଲେ ଡାକ୍ତର

ବେଙ୍ଗାଲୁରୁ: ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ଲୋକ ବେଶ୍‌ ପ୍ରଶଂସା କରିଛନ୍ତି । ଭିଡିଓରେ କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର କରିବା ପାଇଁ ୩ କିଲୋମିଟର ରାସ୍ତା ଦୌଡ଼ିଛନ୍ତି । ଡାକ୍ତରଙ୍କ ଏହି ଘଟଣା ପରେ ତାଙ୍କ କାମକୁ ଚାରିଆଡ଼େ ପ୍ର୍ରଶଂସା କରାଯାଇଛି । ସୂଚନା ଅନୁସାରେ, ସେହି ଡାକ୍ତର ଜଣକ ହେଉଛନ୍ତି ଗ୍ୟାଷ୍ଟ୍ରୋଏଟ୍ରୋ-ଲୋଜିଷ୍ଟ ବିଭାଗର ଡାକ୍ତର ଗୋବିନ୍ଦ ନନ୍ଦକୁମାର । ହସ୍ପିଟାଲକୁ ଯାଉଥିବା ସମୟରେ […]

Samaya Live Picture
Published On

ବେଙ୍ଗାଲୁରୁ: ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ଲୋକ ବେଶ୍‌ ପ୍ରଶଂସା କରିଛନ୍ତି । ଭିଡିଓରେ କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର କରିବା ପାଇଁ ୩ କିଲୋମିଟର ରାସ୍ତା ଦୌଡ଼ିଛନ୍ତି । ଡାକ୍ତରଙ୍କ ଏହି ଘଟଣା ପରେ ତାଙ୍କ କାମକୁ ଚାରିଆଡ଼େ ପ୍ର୍ରଶଂସା କରାଯାଇଛି ।

ଅସ୍ତ୍ରୋପଚାର କରିବା ପାଇଁ ରାସ୍ତାରେ ଦୌଡ଼ିଲେ ଡାକ୍ତର
ସୂଚନା ଅନୁସାରେ, ସେହି ଡାକ୍ତର ଜଣକ ହେଉଛନ୍ତି ଗ୍ୟାଷ୍ଟ୍ରୋଏଟ୍ରୋ-ଲୋଜିଷ୍ଟ ବିଭାଗର ଡାକ୍ତର ଗୋବିନ୍ଦ ନନ୍ଦକୁମାର । ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ ଜାମ ଭିତରେ ଦୀର୍ଘ ସମୟ ଧରି ଫସିରହିଥିଲେ ଡାକ୍ତର । ଏହାପରେ ଅନ୍ୟ କୌଣସି ବାଟ ନପାଇ ଦୌଡି ଦୌଡି ଯାଇ ହସ୍ପିଟାଲରେ ପହଞ୍ଚିଥିଲେ ଡାକ୍ତର । କାରଣ କିଛି ସମୟ ପରେ ଜଣେ ରୋଗୀଙ୍କର ଅପରେସନ କରିବାର ଥିଲା ତେଣୁ ସେ ଦୌଡି ଦୌଡି ଆସି ହସ୍ପିଟାଲରେ ପହଞ୍ଚିବା ପରେ ନିଜ କାର୍ଯ୍ୟ ସମ୍ପାଦନା କରିଥିଲେ ।

ଅସ୍ତ୍ରୋପଚାର କରିବା ପାଇଁ ରାସ୍ତାରେ ଦୌଡ଼ିଲେ ଡାକ୍ତର
ବେଙ୍ଗାଲୁରୁର ସାରଜାପୁରରୁ ମରାଥଲ୍ଲି ରାସ୍ତାରେ ପ୍ରବଳ ଟ୍ରାଫିକ ଭିତରେ ଫସିଯାଇଥିଲେ ଡାକ୍ତର । ମ୍ୟାପରେ ଦେଖିବାରୁ ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲରେ ପହଞ୍ଚିବା ପାଇଁ ୪୫ମିନିଟ ସମୟ ଲାଗିବ । କି;ୁ କିଛି ସମୟ ପରେ ମଧ୍ୟ ଟ୍ରାଫିକ ସ୍ୱାଭାବିକ ହୋଇନଥିଲା । ସେପଟେ ହସ୍ପିଟାଲରେ ଗଲବ୍ଲାଡର ଷ୍ଟୋନ୍‌ର ଅସ୍ତ୍ରୋପଚାର କରିବା ପାଇଁ ତାଙ୍କୁ ରୋଗୀ ଅପେକ୍ଷା କରିରହିଥିଲେ । ତେଣୁ ଆଉ ବିଳମ୍ବ ନକରି ୩ କିଲୋମିଟର ବାଟ ଦୌଡି ଦୌଡି ଆସିଥିଲେ । ଡାକ୍ତର ହସ୍ପିଟାଲ ପହଞ୍ଚିବାର ପ୍ରାୟ ଅଢେଇ ଘଣ୍ଟା ପରେ ତାଙ୍କ ଡ୍ରାଇଭର ଗାଡି ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ ।