କୋଲକାତାର ଆର୍‌ଜି କର ହସ୍ପିଟାଲ ‘ଦୁର୍ନୀତିର ଗନ୍ତାଘର’: ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଶୁକ୍ରବାର କହିଛନ୍ତି ଯେ କୋଲକାତାର ଆର୍‌ଜି କର ହସ୍ପିଟାଲରେ ଜଣେ ଯୁବ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଏକମାତ୍ର ଘଟଣା ନୁହେଁ। ଏକ ଟିଭି ଚାନେଲକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ରାଜ୍ୟପାଳ ଦାବି କରିଛନ୍ତି ଯେ ହସ୍ପିଟାଲରେ ଘଟୁଥିବା ଘଟଣାକୁ ନେଇ ତାଙ୍କ ପାଖକୁ ଅନେକ ଅଭିଯୋଗ ଆସିଛି। ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁର୍ନୀତିର ଗନ୍ତାଘର ପାଲଟିଛି। ଆମେ ଯାହା ଦେଖୁଛୁ ତାହା […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଶୁକ୍ରବାର କହିଛନ୍ତି ଯେ କୋଲକାତାର ଆର୍‌ଜି କର ହସ୍ପିଟାଲରେ ଜଣେ ଯୁବ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଏକମାତ୍ର ଘଟଣା ନୁହେଁ। ଏକ ଟିଭି ଚାନେଲକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ରାଜ୍ୟପାଳ ଦାବି କରିଛନ୍ତି ଯେ ହସ୍ପିଟାଲରେ ଘଟୁଥିବା ଘଟଣାକୁ ନେଇ ତାଙ୍କ ପାଖକୁ ଅନେକ ଅଭିଯୋଗ ଆସିଛି। ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁର୍ନୀତିର ଗନ୍ତାଘର ପାଲଟିଛି। ଆମେ ଯାହା ଦେଖୁଛୁ ତାହା ହେଉଛି ହିମଶୈଳର ଉପରକୁ ଦିଶୁଥିବା ଛୋଟିଆ ଅଂଶ ମାତ୍ର। ଅଗଷ୍ଟ ୯ ତାରିଖରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ବୁଧବାର ବିଳମ୍ବିତ ରାତିରେ ୪୦ରୁ ୫୦ ଜଣ ଲୋକ ଡାକ୍ତରଖାନା ପରିସରରେ ପଶି ଭଙ୍ଗାରୁଜା କରିବାର ଗୋଟିଏ ଦିନ ପରେ ରାଜ୍ୟପାଳ ବୋଷ ଏହି ମନ୍ତବ୍ୟ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ଆବଶ୍ୟକ ସ୍ଥଳେ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

Tags: