ମୋଦିଙ୍କ ବୈଠକ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ ,କ୍ଵାରେଣ୍ଟିନ ରେ ରହିବେ ୪ ଦିନ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ହେଲେ କରୋନା ଆକ୍ରାନ୍ତ I ଆଜି ନୂଆଦିଲ୍ଲୀଠାରେ ମୋଦିଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ତାଙ୍କର ଯୋଗ ଦେବା ର ଥିଲା I ପ୍ରଟୋକଲ ଅନୁଯାୟୀ ଏଥିରେ ଯୋଗ ଦେବାକୁ ଥିବା ସମସ୍ତ ସଦସ୍ୟ କୋଭିଡ ଟେଷ୍ଟ ବାଧ୍ୟତାମୂଳକ I ସେହି ଅନୁଯାୟୀ ଗତକାଲି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ନିଜ ଟେଷ୍ଟ କରାଇବାରୁ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା I ସେଥିପାଇଁ ସେ ୪ […]
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ହେଲେ କରୋନା ଆକ୍ରାନ୍ତ I ଆଜି ନୂଆଦିଲ୍ଲୀଠାରେ ମୋଦିଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ତାଙ୍କର ଯୋଗ ଦେବା ର ଥିଲା I ପ୍ରଟୋକଲ ଅନୁଯାୟୀ ଏଥିରେ ଯୋଗ ଦେବାକୁ ଥିବା ସମସ୍ତ ସଦସ୍ୟ କୋଭିଡ ଟେଷ୍ଟ ବାଧ୍ୟତାମୂଳକ I ସେହି ଅନୁଯାୟୀ ଗତକାଲି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ନିଜ ଟେଷ୍ଟ କରାଇବାରୁ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା I ସେଥିପାଇଁ ସେ ୪ ଦିନ ପାଇଁ କ୍ଵାରେଣ୍ଟିନ ରେ ରହିଛନ୍ତି I ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଏବେ ବାତିଲ କରାଯାଇଛି I
ରିପୋର୍ଟ ମୁତାବିକ ମୁଖ୍ୟମନ୍ତ୍ରୀଙ୍କ ଗଳାରେ ଯନ୍ତ୍ରଣା ହେଉଥିଲା,ତେଣୁ ରବିବାର ତାଙ୍କ ନମୁନା ଟେଷ୍ଟ ପାଇଁ ନିଆଯାଇଥିଲା। ସୋମବାର ତାଙ୍କ ରିପୋର୍ଟ ରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏବେ ସେ ୪ ଦିନ ପାଇଁ କ୍ଵାରେଣ୍ଟିନ ରେ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇ ପାରିବେ ନାହିଁ I
ସୂଚନାନୁସାରେ , ହିମାଚଳ ପ୍ରଦେଶରେ କଂଗ୍ରେସ ଦଳ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଭାବରେ ସୁଖବିନ୍ଦର ସିଂ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ମୁକେଶ ଅଗ୍ନିହୋତ୍ରୀ ଶପଥ ନେଇଥିଲେ I ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ ଏବଂ ନାଵ ନିର୍ବାଚିତ ୩୮ ଜଣ ବିଧାୟକମାନେ ଡିସେମ୍ବର ୧୬ ତାରିଖ ଦିନ ରାଜସ୍ଥାନ ଯାଇ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିଲେ।
ବର୍ତ୍ତମାନ ଦେଶରେ ୧୩୫ ଟି ନୂଆ କରୋନା ସଂକ୍ରମିତ ଜଣା ପଡିବା ପରେ , ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ ,୪୬ ,୭୬ ,୦୮୭ ରେ ପହଞ୍ଚିଛି, ସେଥିମଧ୍ୟରୁ ୩ ,୫୫୯ ଟି ସକ୍ରିୟ ମାମଲା ରହିଛି I




