ବିସିସିଆଇ ର ବଡ଼ ଘୋଷଣା : ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ମ୍ୟାଚ୍ ଫି

ନୂଆଦିଲ୍ଲୀ: ବିସିସିଆଇ ର ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି I ଏଣିକି ମହିଳା ଓ ପୁରୁଷ କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ ଫି। ପୁରୁଷ କ୍ରିକେଟରଙ୍କ ସହ ସମାନ ପାଉଣା ପାଇବେ ମହିଳା କ୍ରିକେଟର। ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଜୟ ଶାହ କହିଛନ୍ତି କି, ଏବେଠାରୁ ମହିଳାମାନଙ୍କୁ ବି ପୁରୁଷଙ୍କ ସମାନ ମ୍ୟାଚ୍‌ ଫି’ ମିଳିବ। ସେହିପରି ଭାରତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ବିସିସିଆଇ ର ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି I ଏଣିକି ମହିଳା ଓ ପୁରୁଷ କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ ଫି। ପୁରୁଷ କ୍ରିକେଟରଙ୍କ ସହ ସମାନ ପାଉଣା ପାଇବେ ମହିଳା କ୍ରିକେଟର। ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଜୟ ଶାହ କହିଛନ୍ତି କି, ଏବେଠାରୁ ମହିଳାମାନଙ୍କୁ ବି ପୁରୁଷଙ୍କ ସମାନ ମ୍ୟାଚ୍‌ ଫି’ ମିଳିବ।

ସେହିପରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୁରୁଷ ଓ ମହିଳା ଟିମ୍ ମଧ୍ୟରେ ଭେଦଭାବ ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଥିଲା। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା। ଏବେ ଏହି ଭେଦଭାବକୁ ଦୂର କରିଛି ବିସିସିଆଇ। ଏବେ ପୁରୁଷ ଟିମ୍‌କୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମ୍‌କୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଜୟ ଶାହ ଲେଖିଛନ୍ତି, ‘ଭାରତୀୟ ମହିଳା କ୍ରିକେଟର ଟିମ୍‌କୁ ପୁରୁଷ ଟିମ୍‌ର ସମାନ ମ୍ୟାଚ୍‌ ଫି’ ପ୍ରଦାନ କରାଯିବ। ଟେଷ୍ଟ (୧୫ ଲକ୍ଷ), ଦିନିକିଆ (୬ ଲକ୍ଷ), ଟି୨୦ (୩ ଲକ୍ଷ) ମିଳିବ। ସେହିପରି ମହିଳା କ୍ରିକେଟରମାନଙ୍କ ପାଇଁ ବେତନ ଇକ୍ୱିଟି ମୋର ପ୍ରତିବଦ୍ଧତା ଥିଲା ଏବଂ ମୁଁ ଆପେକ୍ସ କାଉନସିଲକୁ ତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି’। ଏଥିପାଇଁ ସମର୍ଥନ କରିଥିବାରୁ ମୁଁ ବିସିସିଆଇର ବିଚାରକ ମଣ୍ଡଳୀଙ୍କୁ ଧନ୍ୟବାଦ ଦେଉଛି ବୋଲି ଜୟ ଶାହ ଟ୍ୱିଟ୍ କରିଛନ୍ତି।

ଭାରତୀୟ କ୍ରିକେଟ୍‌ରେ ମହିଳା ଓ ପୁରୁଷ ଟିମ୍ ମଧ୍ୟରେ ଭେଦଭାବ ଦୂର କରିବା ନେଇ ଜୟ ଶାହ କହିଛନ୍ତି “ ଭେଦଭାବ ଦୂର କରିବା ପାଇଁ ବିସିସିଆଇ ନେଇଥିବା ପ୍ରଥମ ପଦକ୍ଷେପକୁ ଘୋଷଣା କରି ମୋତେ ଖୁସି ଲାଗୁଛି। ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ।

Tags: