ମାର୍ଚ୍ଚ ୪ରେ ବଂଶଧାରା ମାମଲାର ଶୁଣାଣି
ନୂଆଦିଲ୍ଲୀ,୧୦/୧: ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦକୁ ନେଇ ମାମଲା ହୋଇଥିଲା। ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ପକ୍ଷ ରଖିବାକୁ ସମୟ ମାଗିଛନ୍ତି। ତେବେ ଓଡ଼ିଶା ସରକାର ୨ ଦିନ ଓ ଆନ୍ଧ୍ର ସରକାର ୩ ଘଣ୍ଟା ସମୟ ମାଗିଥିବାବେଳେ ସୁପ୍ରିମକୋର୍ଟ ମାର୍ଚ୍ଚ ୪ରେ ଚୂଡ଼ାନ୍ତ ଶୁଣାଣି କରିବେ।ସେହିପରି ଶୁକ୍ରବାର ଅପରାହ୍ନରେ ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ହେବ ବୋଲି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ ରିପୋର୍ଟ […]
ନୂଆଦିଲ୍ଲୀ,୧୦/୧: ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦକୁ ନେଇ ମାମଲା ହୋଇଥିଲା। ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ପକ୍ଷ ରଖିବାକୁ ସମୟ ମାଗିଛନ୍ତି। ତେବେ ଓଡ଼ିଶା ସରକାର ୨ ଦିନ ଓ ଆନ୍ଧ୍ର ସରକାର ୩ ଘଣ୍ଟା ସମୟ ମାଗିଥିବାବେଳେ ସୁପ୍ରିମକୋର୍ଟ ମାର୍ଚ୍ଚ ୪ରେ ଚୂଡ଼ାନ୍ତ ଶୁଣାଣି କରିବେ।ସେହିପରି ଶୁକ୍ରବାର ଅପରାହ୍ନରେ ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ହେବ ବୋଲି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ ରିପୋର୍ଟ ଉପରେ ଶୁଣାଣି ହେବ। ସୁପ୍ରିମକୋର୍ଟ ଓ ବଂଶଧାରା ଟ୍ରିବ୍ୟୁନାଲରେ ଭିନ୍ନ ଭିନ୍ନ ଶୁଣାଣି ହେବ। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସଏଲପିର ଶୁଣାଣି ହେବ। ତେବେ ୨୦୧୭ରେ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ବିରୋଧରେ ଓଡ଼ିଶା ଏସଏଲପି କରିଛି। ୨୦୧୯ରେ ଟ୍ରିବ୍ୟୁନାଲଙ୍କ ଯୁଗ୍ମ ସର୍ଭେ ନିର୍ଦ୍ଦେଶକୁ ଓଡ଼ିଶା ବିରୋଧ କରିଥିଲା। ଅନ୍ୟପଟେ ଯୁଗ୍ମ ସର୍ଭେ ରିପୋର୍ଟ ନେଇ ବି ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ହେବ।




