ବାଂଲାଦେଶରେ ଜାକିର ନାଏକକୁ ସ୍ବାଗତ ପାଇଁ ପ୍ରସ୍ତୁତି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶରୁ ବିତାଡ଼ିତ ହେବା ପରେ ଦେଶର ନୀତିରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ବାଂଲାଦେଶ ସରକାର ଇସଲାମିକ ପ୍ରଚାରକ ତଥା ପଳାତକ ଜାକିର ନାଏକ ଉପରୁ ନିଷିଦ୍ଧାଦେଶ ହଟାଇ ଦେବା ସହ ତାକୁ ଜୋରଦାର ସ୍ବାଗତ କରିବାକୁ ପ୍ରସ୍ତୁତି ଚଳାଇଛି। ଜାକିର ନଭେମ୍ବର ୨୮ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବାଂଲାଦେଶରେ ରହି ବିଭିନ୍ନ ସ୍ଥାନରେ ଧର୍ମପ୍ରଚାର କରିବ। ଏହା ତା’ର ପ୍ରଥମ ବାଂଲାଦେଶ ଗସ୍ତ […]

ବାଂଲାଦେଶରେ ଜାକିର ନାଏକକୁ ସ୍ବାଗତ ପାଇଁ ପ୍ରସ୍ତୁତି
Samaya Live Picture
Published On

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶରୁ ବିତାଡ଼ିତ ହେବା ପରେ ଦେଶର ନୀତିରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ବାଂଲାଦେଶ ସରକାର ଇସଲାମିକ ପ୍ରଚାରକ ତଥା ପଳାତକ ଜାକିର ନାଏକ ଉପରୁ ନିଷିଦ୍ଧାଦେଶ ହଟାଇ ଦେବା ସହ ତାକୁ ଜୋରଦାର ସ୍ବାଗତ କରିବାକୁ ପ୍ରସ୍ତୁତି ଚଳାଇଛି। ଜାକିର ନଭେମ୍ବର ୨୮ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବାଂଲାଦେଶରେ ରହି ବିଭିନ୍ନ ସ୍ଥାନରେ ଧର୍ମପ୍ରଚାର କରିବ। ଏହା ତା’ର ପ୍ରଥମ ବାଂଲାଦେଶ ଗସ୍ତ ହୋଇଥିବା ବେଳେ ୟୁନୁସ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ୨୦୧୬ ଜୁଲାଇରେ ଢାକା ହୋଲି ଆର୍ଟିଜାନ ବେକରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଶେଖ ହାସିନାଙ୍କ ସରକାର ଜାକିର ଏବଂ ତା’ର ପିସ୍‌ ଟିଭି ଉପରେ କଟକଣା ଲଗାଇଥିଲେ। ୟୁଟ୍ୟୁବରେ ଜାକିରର ଧର୍ମବାଣୀ ଶୁଣିବା ପରେ ଏହି ଆକ୍ରମଣ କରିଥିବା ଜଣେ ଆକ୍ରମଣକାରୀ ବାଂଲାଦେଶୀ ତଦନ୍ତକାରୀଙ୍କ ସମ୍ମୁଖରେ କହିଥିଲା। ଢାକା ଆକ୍ରମଣ ପରେ ସେ ଭାରତରୁ ପଳାୟନ କରିଥିଲା। ସେ ଏବେ ମାଲେସିଆରେ ଆଶ୍ରୟ ନେଇଥିବାବେଳେ ତା’ର ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ବାରମ୍ବାର ଚାପ ପକାଯାଉଛି। ଏହାପୂର୍ବରୁ ପାକିସ୍ତାନ ସରକାର ମଧ୍ୟ ନିଜ ଦେଶରେ ଜାକିରକୁ ଜୋରଦାର ସ୍ବାଗତ କରିଥିଲେ। ସେଠାରେ ସେ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର କମାଣ୍ଡର ମୁଜାମିଲ ଇକବାଲ ହାସମୀ, ମହମ୍ମଦ ହାରିସ ଧାର୍‌ ଓ ଫୈଜଲ ନଦୀମକୁ ଭେଟିଥିଲା। ଏହି ତିନିଜଣଯାକ ଆତଙ୍କବାଦୀଙ୍କୁ ଆମେରିକା ୨୦୦୮ରେ ଆନ୍ତର୍ଜାତିକ ଆତଙ୍କବାଦୀ ଆଖ୍ୟା ଦେଇଥିଲା।

Tags: