ଶିକ୍ଷାନୁଷ୍ଠାନ ଉପରେ ଖସି ପଡିଲା ବାଂଲାଦେଶ ବାୟୁସେନା ବିମାନ,ପାଇଲଟ ମୃତ ଅନେକ ଆହତ

ନୂଆଦିଲ୍ଲୀ : ବାଂଲାଦେଶ ବାୟୁସେନା ବିମାନ FT-7BGI ଦୁର୍ଘଟଣାଗ୍ରସ୍ତ । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଢାକାରେ ଏକ ସ୍କୁଲ୍ ବିଲ୍ଡିଂ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହେବା ସହିତ ଅନେକ ଛାତ୍ରଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଚାଇନା ନିର୍ମିତ F-7 ଜେଟ୍ ଢାକାର ଉତ୍ତରା ଅଞ୍ଚଳର ମାଇଲଷ୍ଟୋନ୍ […]

ଶିକ୍ଷାନୁଷ୍ଠାନ ଉପରେ ଖସି ପଡିଲା ବାଂଲାଦେଶ ବାୟୁସେନା ବିମାନ,ପାଇଲଟ ମୃତ ଅନେକ ଆହତ
Samaya Live Picture
Published On

ନୂଆଦିଲ୍ଲୀ : ବାଂଲାଦେଶ ବାୟୁସେନା ବିମାନ FT-7BGI ଦୁର୍ଘଟଣାଗ୍ରସ୍ତ । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଢାକାରେ ଏକ ସ୍କୁଲ୍ ବିଲ୍ଡିଂ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହେବା ସହିତ ଅନେକ ଛାତ୍ରଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଚାଇନା ନିର୍ମିତ F-7 ଜେଟ୍ ଢାକାର ଉତ୍ତରା ଅଞ୍ଚଳର ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜ କୋଠାରେ ଧକ୍କା ଖାଇଥିଲା। କ୍ଲାସ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଯିବା ସମୟରେ ଦୁର୍ଘଟଣାସ୍ଥଳରୁ ନିଆଁ ଏବଂ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ ଏହି FT-7BGI ଏକ ତାଲିମ ବିମାନ । ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁସାରେ ଫାଇଟର ଜେଟଟି ଦିନ ୧ଟା ୬ ମିନିଟରେ ଉଡ଼ାଣ ଭରିଥିଲା ଏବଂ ୧ଟା ୩୦ ମିନିଟ୍ ସୁଦ୍ଧା ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ମୃତାହତ ଏବଂ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ବିଷୟରେ କୌଣସି ସଠିକ ସୂଚନା ମିଳିପାରିନାହିଁ । ତେବେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

Tags: