ଚେନ୍ନାବ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ , କଟରାରୁ ଶ୍ରୀନଗର ଟ୍ରାଏଲ ରନ୍

ନୂଆଦିଲ୍ଲୀ : ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସ କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରାଏଲ ରନ୍ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଟ୍ରେନ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି […]

Samaya Live Picture
Published On

ନୂଆଦିଲ୍ଲୀ : ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସ କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରାଏଲ ରନ୍ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଟ୍ରେନ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି ଭାରତର ପ୍ରଥମ ଝୁଲା ରେଳ ସେତୁ। ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଛି। ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଛି।

ଅଞ୍ଜି ଖାଡ଼ ବ୍ରିଜ ଯାହା ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ବର ଉଚ୍ଚତମ ରେଳୱେ ବ୍ରିଜ । ଏହା ଦେଇ ଗତି କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ଏହି ସେତୁ ଚେନାବ ନଦୀ ଉପରେ ନିର୍ମାଣ କରାଯାଇଛି। ଭୂପୃଷ୍ଠରୁ ଏହା ୧୧୭୮ ଫୁଟ ଉଚ୍ଚତାରେ ରହିଛି। ବିଶ୍ଵର ଏହା ଉଚ୍ଚତମ ରେଳ ସେତୁ। ଏହି ସେତୁରେ ଟ୍ରେନ ଚଳାଚଳ ହେବା ଫଳରେ ଏଣିକି ଜାମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସା​‌ଢ଼େ ୩ ଘଣ୍ଟା ସମୟ ଲାଗିବ । ବଡ଼ କଥା ହେଉଛି କାଶ୍ମୀରର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନ କରାଯାଇଛି ।

Tags: