ମହିଳାଙ୍କ ପୋଷାକ ଉପରେ ମନ୍ତବ୍ୟ ଦେଇ ଅଡୁଆରେ ବାବା ରାମଦେବ
ମହାରାଷ୍ଟ୍ର : ପୁଣି ବିବାଦ ରେ ବାବା ରାମଦେବ। ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି ଯୋଗଗୁରୁ । ଏମିତି ବୟାନ ନେଇ ତାଙ୍କୁ ଏବେ ବିରୋଧ କରାଯାଉଛି। କଂଗ୍ରେସ,ଟିଏମସି ବ୍ୟତୀତ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ଵାଲି ମଧ୍ୟ ତାଙ୍କ ବୟାନକୁ ଆପତ୍ତିଜନକ କହି ସର୍ବସମ୍ମୁଖରେ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି । ମାଲିୱାଲ ବାବା ରାମଦେବଙ୍କ କାର୍ଯ୍ୟକ୍ରମ ଭିଡିଓ ସେୟାର କରି ଉଲ୍ଲେଖ କରିଛନ୍ତି ଯେ ମହାରାଷ୍ଟ୍ର […]
ମହାରାଷ୍ଟ୍ର : ପୁଣି ବିବାଦ ରେ ବାବା ରାମଦେବ। ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି ଯୋଗଗୁରୁ । ଏମିତି ବୟାନ ନେଇ ତାଙ୍କୁ ଏବେ ବିରୋଧ କରାଯାଉଛି। କଂଗ୍ରେସ,ଟିଏମସି ବ୍ୟତୀତ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ଵାଲି ମଧ୍ୟ ତାଙ୍କ ବୟାନକୁ ଆପତ୍ତିଜନକ କହି ସର୍ବସମ୍ମୁଖରେ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି । ମାଲିୱାଲ ବାବା ରାମଦେବଙ୍କ କାର୍ଯ୍ୟକ୍ରମ ଭିଡିଓ ସେୟାର କରି ଉଲ୍ଲେଖ କରିଛନ୍ତି ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଆଗରେ ମହିଳାଙ୍କ ଉପରେ ବାବାଙ୍କ ଏପରି ଟିପ୍ପଣୀ ବାସ୍ତବିକ ନିନ୍ଦନୀୟ। ବାବାଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି।
ଶନିବାର ଯୋଗ ଗୁରୁ ବାବା ରାମଦେବ ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ମହିଳାଙ୍କ ପୋଷାକ ପରିଧାନ ଉପରେ ମନ୍ତବ୍ୟ ଦେଇଥିଲେ Iସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି। ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି।’ ଆଗରୁ କିଏ ପିଲାକୁ ପୋଷାକ ପିନ୍ଧାଉଥିଲା, ଏବେ କିନ୍ତୁ ପିଲାଙ୍କୁ ୫-୫ଟି ସ୍ତରର ଡ୍ରେସ ପିନ୍ଧାଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସ୍ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ତେବେ ବାବା ରାମଦେବଙ୍କ ଏହି ବୟାନରେ ସମସ୍ତ ମହିଳାଙ୍କ ଭାବନାକୁ ଆଘାତ ଲାଗିଛି। ରାମଦେବଙ୍କ ଟିପ୍ପଣୀ ନିନ୍ଦନୀୟ ବୋଲି କୁହାଯାଉଛି । ଏହା ସହିତ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତା ବାବା ରାମଦେବଙ୍କ ବୟାନକୁ ବିରୋଧ କରି କ୍ଷମା ମାଗିବା ପାଇଁ ଦାବି କରୁଛନ୍ତି। ଆଉ ଯଦି ବାବା ରାମଦେବ କ୍ଷମା ନ ମାଗନ୍ତି, ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ଧମକ ଦେଇଛନ୍ତି।




