ଆଜିଠାରୁ ଖୋଲିଲା ବାବା କେଦାରନାଥଙ୍କ ଧାମ
ଉତ୍ତରାଖଣ୍ଡ: ଆଜିଠୁ ଖୋଲିଛି ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବାଙ୍କ ମୁଖ୍ୟ କପାଟ । ଗୁଜୁରାଟର ଋଷିକେଶର ଫୁଲ କମିଟି ଦ୍ୱାରା ୧୦୮ କ୍ୱିଣ୍ଟାଲ ଫୁଲରେ ଆକର୍ଷଣୀୟ ଭାବରେ ପୁରା ମନ୍ଦିରକୁ ସଜାଯାଇଛି। ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଚାରିଧାମ ଓ କେଦାରନାଥ ଯାତ୍ରା ପାଇଁ ଏହି ପୋର୍ଟାଲରେ ପଂଜୀକରଣ କରିବାକୁ ପଡ଼ିବ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ […]
ଉତ୍ତରାଖଣ୍ଡ: ଆଜିଠୁ ଖୋଲିଛି ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବାଙ୍କ ମୁଖ୍ୟ କପାଟ । ଗୁଜୁରାଟର ଋଷିକେଶର ଫୁଲ କମିଟି ଦ୍ୱାରା ୧୦୮ କ୍ୱିଣ୍ଟାଲ ଫୁଲରେ ଆକର୍ଷଣୀୟ ଭାବରେ ପୁରା ମନ୍ଦିରକୁ ସଜାଯାଇଛି। ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଚାରିଧାମ ଓ କେଦାରନାଥ ଯାତ୍ରା ପାଇଁ ଏହି ପୋର୍ଟାଲରେ ପଂଜୀକରଣ କରିବାକୁ ପଡ଼ିବ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ପୋର୍ଟାଲ ଉନ୍ମୋଚନ କରିଛନ୍ତି।
ଆଜି ସକାଳ ୭ଟାରେ ରୀତିନୀତି ସହିତ ଭକ୍ତମାନଙ୍କ ପାଇଁ ଉନ୍ମୁକ୍ତ ହୋଇଛି କେଦାରନାଥ ଧାମର ଦ୍ୱାର । ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ । ପୁରୋହିତଙ୍କ ଦ୍ୱାରା ବୈଦିକ ସ୍ତୁତିଗାନ ଏବଂ ଭକ୍ତଙ୍କ ଜୟଧ୍ୱନି ମଧ୍ୟରେ ଦ୍ୱାର ଖୋଲାଯାଇଥିଲା । ଏବଂ ଏହି ସମୟରେ, ହେଲିକପ୍ଟରରୁ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା । ଭକ୍ତମାନଙ୍କ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହାଦେବଙ୍କ ବନ୍ଦନା କରିବା ସହ ଏହି ଅଦ୍ଭୁଦ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏବଂ ପୋଲିସ ସହ ସୁରକ୍ଷା ବଳ ଉପସ୍ଥିତ ଥିଲେ । ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିଲା ।
ସୂଚନା ଅନୁଯାୟୀ, ଭଗବାନ ଶିବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ ଅନ୍ୟତମ । ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ ଏବଂ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ । ସେହିପରି ଆସନ୍ତା ୪ ତାରିଖରେ ଖୋଲିବ ବଦ୍ରିନାଥ ଧାମ ।




