ବିଆର ଗଭାଇ ହେବେ ସୁପ୍ରିମ କୋର୍ଟ ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କ ନାମକୁ ପ୍ରସ୍ତାବ ଦିଆଇଛି। ଆଇନ ମନ୍ତ୍ରଣାଳୟକୁ ସୁପାରିଶ ପଠାଇଲେ ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ସଞ୍ଜିବ ଖାନ୍ନା । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୧୩ ମେରେ ଶେଷ ହେବ । ପରମ୍ପରା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୋଗ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଥାନ୍ତି। ଆଇନ ମନ୍ତ୍ରଣାଳୟ ଜଷ୍ଟିସ୍ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ […]

ବିଆର ଗଭାଇ ହେବେ ସୁପ୍ରିମ କୋର୍ଟ ପରବର୍ତ୍ତୀ ମୁଖ୍ୟ ବିଚାରପତି
Samaya Live Picture
Published On

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କ ନାମକୁ ପ୍ରସ୍ତାବ ଦିଆଇଛି। ଆଇନ ମନ୍ତ୍ରଣାଳୟକୁ ସୁପାରିଶ ପଠାଇଲେ ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ସଞ୍ଜିବ ଖାନ୍ନା । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୧୩ ମେରେ ଶେଷ ହେବ । ପରମ୍ପରା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୋଗ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଥାନ୍ତି। ଆଇନ ମନ୍ତ୍ରଣାଳୟ ଜଷ୍ଟିସ୍ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲା। ଯାହା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ଆଧାରରେ ନିଷ୍ପତ୍ତି ହୋଇଛି । ଜଷ୍ଟିସ ଗାଭାଇଙ୍କ ନାମରେ ବାଜିଛି ମୋହର ।

ଜଷ୍ଟିସ୍ ଗାଭାଇ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ସେ ୧୪ ମେରେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ। ତାଙ୍କର କାର୍ଯ୍ୟକାଳ ୬ ମାସ ରହିବ ।

Tags: