ନେପାଳର ୟାଲୁଙ୍ଗ ରୀ ପର୍ବତରେ ହିମସ୍ଖଳନ , ୭ ମୃତ

କାଠମାଣ୍ଡୁ: ନେପାଳର ୟାଲୁଙ୍ଗ ରୀ ପର୍ବତରେ ଆଜି ହିମସ୍ଖଳନ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ବିଦେଶୀ ପର୍ବତାରୋହୀ ଏବଂ ୨ ଜଣ ନେପାଳୀ ଗାଇଡ୍‌ ଅଛନ୍ତି। ସଶସ୍ତ୍ର ପୁଲିସ ବାହିନୀ ମୁଖପାତ୍ର ଶୈଳେନ୍ଦ୍ର ଥାପ୍ପା କହିଛନ୍ତି, ଉକ୍ତ ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସମୁଦ୍ର ପତ୍ତନଠାରୁ ୪,୯୦୦ ମିଟର ଉଚ୍ଚତାରେ ଅବସ୍ଥିତ ପାହାଡ଼ର ବେସ୍‌ କ୍ୟାମ୍ପ୍‌ରେ ଏହି ଘଟଣା ଘଟିଛି। ମୃତ ପର୍ବତାରୋହୀଙ୍କ ପରିଚୟ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। […]

ନେପାଳର ୟାଲୁଙ୍ଗ ରୀ ପର୍ବତରେ ହିମସ୍ଖଳନ ,  ୭ ମୃତ
Samaya Live Picture
Published On

କାଠମାଣ୍ଡୁ: ନେପାଳର ୟାଲୁଙ୍ଗ ରୀ ପର୍ବତରେ ଆଜି ହିମସ୍ଖଳନ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ବିଦେଶୀ ପର୍ବତାରୋହୀ ଏବଂ ୨ ଜଣ ନେପାଳୀ ଗାଇଡ୍‌ ଅଛନ୍ତି। ସଶସ୍ତ୍ର ପୁଲିସ ବାହିନୀ ମୁଖପାତ୍ର ଶୈଳେନ୍ଦ୍ର ଥାପ୍ପା କହିଛନ୍ତି, ଉକ୍ତ ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସମୁଦ୍ର ପତ୍ତନଠାରୁ ୪,୯୦୦ ମିଟର ଉଚ୍ଚତାରେ ଅବସ୍ଥିତ ପାହାଡ଼ର ବେସ୍‌ କ୍ୟାମ୍ପ୍‌ରେ ଏହି ଘଟଣା ଘଟିଛି। ମୃତ ପର୍ବତାରୋହୀଙ୍କ ପରିଚୟ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଖରାପ ପାଗ ଏବଂ ରାସ୍ତା ଭଲ ନଥିବାରୁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉଛି।

Tags: