ରାଲିରେ ମୋ ଉପରେ ଆକ୍ରମଣ ଉଦ୍ୟମ ହୋଇଛି: ରବି କିଷନ
ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଷନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ବିହାରର ନୌତନରେ ଏକ ନିର୍ବାଚନ ରାଲି ସମୟରେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ସାମ୍ବାଦିକଙ୍କୁ ସୂଚନା ଦେଇ ଗୋରଖପୁର ସାଂସଦ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ନେତାମାନେ ଏହି ଘଟଣା ଘଟାଇଛନ୍ତି। ସେ କହିଛନ୍ତି, ନୌତନରେ ମୋ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ନୀତିନ ନବୀନଙ୍କ ରାଲି ପରେ ଲୋକମାନେ ଗତରାତିରେ ଆମର ରାଲି ସ୍ଥଳକୁ […]
ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଷନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ବିହାରର ନୌତନରେ ଏକ ନିର୍ବାଚନ ରାଲି ସମୟରେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ସାମ୍ବାଦିକଙ୍କୁ ସୂଚନା ଦେଇ ଗୋରଖପୁର ସାଂସଦ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ନେତାମାନେ ଏହି ଘଟଣା ଘଟାଇଛନ୍ତି। ସେ କହିଛନ୍ତି, ନୌତନରେ ମୋ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ନୀତିନ ନବୀନଙ୍କ ରାଲି ପରେ ଲୋକମାନେ ଗତରାତିରେ ଆମର ରାଲି ସ୍ଥଳକୁ ପ୍ରବେଶ କରିଥିଲେ। ଏହା ଦର୍ଶାଉଛି ଯେ ବିରୋଧୀ ମହାମେଣ୍ଟର ସମସ୍ତ ଦଳ ହୃଦ୍ବୋଧ କରିଛନ୍ତି ଯେ ସେମାନେ ଏକ ବଡ଼ ପରାଜୟ ସାମ୍ନା କରିବାକୁ ଯାଉଛନ୍ତି। ତେଣୁ ସେମାନେ ଆମ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରୁଛନ୍ତି ଏବଂ ଏପରିକି ମାରିଦେପାଇଁ ମଧ୍ୟ ଧମକାଉଛନ୍ତି। ପୁଲିସ ଉକ୍ତ ଘଟଣାରେ ଜଣଙ୍କୁ ଅଟକ ରଖିଛି ବୋଲି ସେ କହିଛନ୍ତି।




