ଆତିଶୀ ହେବେ ଦିଲ୍ଲୀର ପରବର୍ତୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଆତିଶୀ ମାର୍ଲେନ ହେବେ ନୂଆଦିଲ୍ଲୀର ପରବର୍ତୀ ମୁଖ୍ୟମନ୍ତ୍ରୀ । ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମରେ ମୋହର ବାଜିଛି । ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ । ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ […]
ନୂଆଦିଲ୍ଲୀ : ଆତିଶୀ ମାର୍ଲେନ ହେବେ ନୂଆଦିଲ୍ଲୀର ପରବର୍ତୀ ମୁଖ୍ୟମନ୍ତ୍ରୀ । ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମରେ ମୋହର ବାଜିଛି । ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ । ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହିତ ଆପର ସଙ୍କଟ ସମୟରେ ୧୪ଟି ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଥିଲେ ଆତିଶୀ। ମିଳିଥିବା ସୂଚନା ଅନୁସାରେ ଆଜି ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।
ଗତ ସପ୍ତାହରେ ମଦ ନୀତି ମାମଲାରେ ଜାମିନ ପାଇଥିବା କେଜ୍ରିୱାଲ ସେପ୍ଟେମ୍ବର ୧୫ ତାରିଖରେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କର ଇସ୍ତଫା ଘୋଷଣା ସହ ସବୁ କିଛି ଜନସାଧାରଙ୍କ ଉପରେ ଛାଡ଼ି ଦେଇଥିଲେ। ଜନସାଧାରଣ ତାଙ୍କୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କହିଥିଲେ।




