ସରକାରଙ୍କ ଅନୁରୋଧରେ ପୁଣି ନିଜର ପଦ ସମ୍ଭାଳିଲେ ଆଟର୍ଣ୍ଣି ଜେନେରାଲ
ନୂଆଦିଲ୍ଲୀ: ଜୁନ ୨୯: କେନ୍ଦ୍ର ସରକାରଙ୍କ ଅନୁରୋଧକୁ ସ୍ୱୀକାର କଲେ କେ କେ ବେଣୁଗୋପାଲ । ମୁଖ୍ୟ ଆଇଗତ ପରାମର୍ଶଦାତା ଭାବେ ଆଉ ୩ ମାସ କାର୍ଯ୍ୟ କରିବା ପାଇଁ ରାଜିହେଲେ ଆଟର୍ଣ୍ଣି ଜେନେରାଲ୍ କେ.କେ. ବେଣୁଗୋପାଳ । ଏ ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ଅବଗତ ଥିବା ଆଜି କହିଛନ୍ତି । ପ୍ରଖ୍ୟାତ ଆଇନଜୀବୀ ତଥା ସାମ୍ବିଧାନିକ ଆଇନ ବିଶେଷଜ୍ଞ କେ. କେ. ବେଣୁଗୋପାଳଙ୍କୁ ୨୦୧୭ ଜୁଲାଇ ୧ ତାରିଖରେ ଭାରତର ରାଷ୍ଟ୍ରପତି ପ୍ରଥମେ ଆଟର୍ଣ୍ଣି ଜେନେରାଲ୍ […]
ନୂଆଦିଲ୍ଲୀ: ଜୁନ ୨୯: କେନ୍ଦ୍ର ସରକାରଙ୍କ ଅନୁରୋଧକୁ ସ୍ୱୀକାର କଲେ କେ କେ ବେଣୁଗୋପାଲ । ମୁଖ୍ୟ ଆଇଗତ ପରାମର୍ଶଦାତା ଭାବେ ଆଉ ୩ ମାସ କାର୍ଯ୍ୟ କରିବା ପାଇଁ ରାଜିହେଲେ ଆଟର୍ଣ୍ଣି ଜେନେରାଲ୍ କେ.କେ. ବେଣୁଗୋପାଳ । ଏ ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ଅବଗତ ଥିବା ଆଜି କହିଛନ୍ତି । ପ୍ରଖ୍ୟାତ ଆଇନଜୀବୀ ତଥା ସାମ୍ବିଧାନିକ ଆଇନ ବିଶେଷଜ୍ଞ କେ. କେ. ବେଣୁଗୋପାଳଙ୍କୁ ୨୦୧୭ ଜୁଲାଇ ୧ ତାରିଖରେ ଭାରତର ରାଷ୍ଟ୍ରପତି ପ୍ରଥମେ ଆଟର୍ଣ୍ଣି ଜେନେରାଲ୍ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ପୂର୍ବରୁ ଜୁନ୍ ୨୦୧୪ରୁ ଜୁନ୍ ୨୦୧୭ ପର୍ଯ୍ୟନ୍ତ ମୁକୁଲ୍ ରୋହତଗି ଆଟର୍ଣ୍ଣି ଜେନେରାଲ୍ ଥିଲେ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ବେଣୁଗୋପାଳ ଆଟର୍ଣ୍ଣି ଜେନେରାଲ୍ ପଦବୀରେ ଆଉ କାର୍ଯ୍ୟ କରିବାକୁ ଆଗ୍ରହୀ ନ ଥିଲେ । କି;ୁ, କେନ୍ଦ୍ର ସରକାର ଅନୁରୋଧ କରିବା ପରେ ଆଉ ୩ ମାସ ପାଇଁ ସେ ଉକ୍ତ ପଦବୀରେ ରହିବେ ବୋଲି ରାଜି ହୋଇଛନ୍ତି । ଆଟର୍ଣ୍ଣି ଜେନେରାଲ୍ଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ । କି;ୁ କେନ୍ଦ୍ର ସରକାର ପୁନର୍ବାର ଆଉ ଗୋଟିଏ ପାଳି ପାଇଁ ତାଙ୍କୁ ନିଯୁକ୍ତି ଦେଇଥିଲେ । ସମ୍ପ୍ରତି ୯୧ ବର୍ଷରେ ପଦାର୍ପଣ କରିଥିବା ପ୍ରଖ୍ୟାତ ଆଇନଜୀବୀ ବେଣୁଗୋପାଳ ବହୁ ସଂଖ୍ୟକ ସାମ୍ବିଧାନିକ ଏବଂ କର୍ପୋରେଟ୍ ଆଇନ ସଂକ୍ରାନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢିଛନ୍ତି । ୧୯୯୭ରୁ ୧୯୮୦ ପର୍ଯ୍ୟନ୍ତ ସେ ଭାରତର ଅତିରିକ୍ତ ସଲିସିଟର୍ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ । ୨୦୦୨ରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।




