ଆଶାରାମ ବାପୁଙ୍କ ଅନ୍ତରୀଣ ଜାମିନ ମଞ୍ଜୁର
ନୂଆଦିଲ୍ଲୀ : ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ଅନ୍ତରୀଣ ଜାମିନ ମଞ୍ଜୁର । ଦୁଷ୍କର୍ମ ଅଭିଯୋଗରେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ହେତୁ ଚିକିତ୍ସା ପାଇଁ ଆଶାରାମଙ୍କୁ ଜାମିନ୍ ପ୍ରଦନ କରାଯାଇଛି। ମଙ୍ଗଳବାର ସୁପ୍ରିମ୍କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ବୋଲି ସୂଚନା ରହିଛି। ତେବେ ଏହି ଅବଧି ମଧ୍ୟରେ କଡା ସର୍ତ୍ତାବଳୀ ମଧ୍ୟ ଲାଗୁ ରହିବ। ଅନ୍ତରୀଣ ଜାମିନ […]
ନୂଆଦିଲ୍ଲୀ : ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ଅନ୍ତରୀଣ ଜାମିନ ମଞ୍ଜୁର । ଦୁଷ୍କର୍ମ ଅଭିଯୋଗରେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ହେତୁ ଚିକିତ୍ସା ପାଇଁ ଆଶାରାମଙ୍କୁ ଜାମିନ୍ ପ୍ରଦନ କରାଯାଇଛି। ମଙ୍ଗଳବାର ସୁପ୍ରିମ୍କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ବୋଲି ସୂଚନା ରହିଛି। ତେବେ ଏହି ଅବଧି ମଧ୍ୟରେ କଡା ସର୍ତ୍ତାବଳୀ ମଧ୍ୟ ଲାଗୁ ରହିବ। ଅନ୍ତରୀଣ ଜାମିନ ସମୟରେ ଆଶାରାମ ବାପୁ ତାଙ୍କ ଅନୁଗାମୀମାନଙ୍କୁ ଭେଟି ପାରିବେ ନାହିଁ। ସୁପ୍ରିମକୋର୍ଟ ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
୧୭ ଦିନିଆ ପାରୋଲରେ ମୁକ୍ତ ହେବା ପରେ ଆଶାରାମ ବାପୁ ରାଜସ୍ଥାନର ଯୋଦ୍ଧପୁର ଜେଲକୁ ଫେରିଥିଲେ। ଜେଲ୍କୁ ଫେରିବାର ଛଅ ଦିନ ପରେ ସ୍ବାସ୍ଥ୍ୟଗତ ସମସ୍ୟା ଭିତ୍ତିରେ ତାଙ୍କୁ ଜାମିନ୍ ମିଳିଛି। ଗତବର୍ଷ ତାଙ୍କର ହୃଦ୍ଜନୀତ ରୋଗ ହେତୁ ତାଙ୍କୁ ପ୍ରଥମେ ପୁଣେରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଯୋଦ୍ଧପୁରର ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।
ସୂଚନାନୁସାରେ, ୨୦୧୩ ମସିହାରେ ଆଶାରାମ ବାପୁ ଯୋଦ୍ଧପୁରର ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ୩୧ ଅଗଷ୍ଟ ରାତିରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ତା’ପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍ରେ ରଖାଯାଇଥିଲା। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।




