ଅରବିନ୍ଦ କେଜ୍ରିୱାଲଙ୍କ ନୂଆ ଠିକଣା

ନୂଆଦିଲ୍ଲିୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ ‌କେଜ୍ରିୱାଲଙ୍କୁ ଏକ ନୂଆ ଠିକଣା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡ଼ିବାର ପ୍ରାୟ ବର୍ଷକ ପରେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ମିଳିଛି। ‌କେଜ୍ରିୱାଲଙ୍କୁ ଲୋଧି ଇଷ୍ଟେଟ୍‌ରେ ୯୫ ନମ୍ବର ବଙ୍ଗଳା ମିଳିଛି। ଏହା ଏକ ସପ୍ତମ ଟାଇପ୍‌ ବଙ୍ଗଳା। ପୂର୍ବରୁ ଆପ୍‌ କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ପାଇଁ ୩୫ ଲୋଧି ଇଷ୍ଟେଟ୍‌ ବଙ୍ଗଳା ଦାବି କରିଥିଲା। ପୂର୍ବରୁ ମାୟାବତୀ ରହୁଥିବା ଏହି […]

ଅରବିନ୍ଦ କେଜ୍ରିୱାଲଙ୍କ ନୂଆ ଠିକଣା
Samaya Live Picture
Published On

ନୂଆଦିଲ୍ଲିୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ ‌କେଜ୍ରିୱାଲଙ୍କୁ ଏକ ନୂଆ ଠିକଣା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡ଼ିବାର ପ୍ରାୟ ବର୍ଷକ ପରେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ମିଳିଛି। ‌କେଜ୍ରିୱାଲଙ୍କୁ ଲୋଧି ଇଷ୍ଟେଟ୍‌ରେ ୯୫ ନମ୍ବର ବଙ୍ଗଳା ମିଳିଛି। ଏହା ଏକ ସପ୍ତମ ଟାଇପ୍‌ ବଙ୍ଗଳା। ପୂର୍ବରୁ ଆପ୍‌ କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ପାଇଁ ୩୫ ଲୋଧି ଇଷ୍ଟେଟ୍‌ ବଙ୍ଗଳା ଦାବି କରିଥିଲା। ପୂର୍ବରୁ ମାୟାବତୀ ରହୁଥିବା ଏହି ବଙ୍ଗଳା କେନ୍ଦ୍ର ଅର୍ଥ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଦିଆ ଯାଇଥିବାରୁ କେଜ୍ରିୱାଲଙ୍କୁ ୯୫ ଲୋଧି ଇଷ୍ଟେଟ୍‌ ବଙ୍ଗଳା ମିଳିଛି। ଟାଇପ୍‌-୭ ବଙ୍ଗଳାରେ ମୁଖ୍ୟତଃ ୪ଟି ବେଡରୁମ୍‌ ବିଶିଷ୍ଟ ଘର ଥାଏ। ଏଠାରେ ଏକ ବିଶାଳ ଲନ୍‌, ଏକ ଗ୍ୟାରେଜ୍‌, ୩ଟି ସର୍ଭ୍ୟାଣ୍ଟ କ୍ବାର୍ଟର ଏବଂ ଅଫିସ୍‌ ପାଇଁ ଜାଗା ଥାଏ। ୫ ହଜାର ସ୍କୋୟାର ଫୁଟ୍‌ ଆକାର ଅଞ୍ଚଳରେ ଥିବା ଏହି ବଙ୍ଗଳାର ଉଭୟ ପାର୍ଶ୍ବରେ ଲନ୍‌ ରହିଛି। କେଜ୍ରିୱାଲ ଏବେ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପଡ଼ୋଶୀ ଭାବେ ପାଇବେ। ଥରୁର୍‌ଙ୍କର ଟାଇପ୍‌ ୯୭ ବଙ୍ଗଳା।

Tags: