ଜରୁରୀକାଳୀନ ଅବତରଣ କଲା ଆର୍ଟ ଅଫ୍ ଲିଭିଙ୍ଗ୍ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ହେଲିକେପ୍ଟର

ତାମିଲନାଡୁ : ପାଣିପାଗ ଖରାପ ଯୋଗୁଁ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ହେଲିକେପ୍ଟର ତାମିଲନାଡୁର ଏରୋଡ ଜିଲ୍ଲାର ସତ୍ୟମଙ୍ଗଲାମରେ ବୁଧବାର ଜରୁରୀକାଳୀନ ଅବତରଣ କରିଛି। ଖବର ଅନୁଯାୟୀ ଶ୍ରୀ ଶ୍ରୀ ରବି ଶଙ୍କର ଅନ୍ୟ ଚାରିଜଣଙ୍କ ସହ ବେଙ୍ଗାଲୁରୁରୁ ତିରୁପୁର ଯାଉଥିଲେ। ଅତ୍ୟଧିକ କୁହୁଡି, ସହିତ ଖରାପ ପାଣିପାଗ କାରଣରୁ ହେଲିକପ୍ଟରକୁ ଆଜି ସକାଳ ୧୦ :୪୦ ରେ ତାମିଲନାଡୁ ଇରୋଡ ଜିଲ୍ଲାର ସତ୍ୟମଙ୍ଗଳମ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ହେଲିକପ୍ଟରଟି […]

Samaya Live Picture
Published On

ତାମିଲନାଡୁ : ପାଣିପାଗ ଖରାପ ଯୋଗୁଁ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ହେଲିକେପ୍ଟର ତାମିଲନାଡୁର ଏରୋଡ ଜିଲ୍ଲାର ସତ୍ୟମଙ୍ଗଲାମରେ ବୁଧବାର ଜରୁରୀକାଳୀନ ଅବତରଣ କରିଛି।

ଖବର ଅନୁଯାୟୀ ଶ୍ରୀ ଶ୍ରୀ ରବି ଶଙ୍କର ଅନ୍ୟ ଚାରିଜଣଙ୍କ ସହ ବେଙ୍ଗାଲୁରୁରୁ ତିରୁପୁର ଯାଉଥିଲେ। ଅତ୍ୟଧିକ କୁହୁଡି, ସହିତ ଖରାପ ପାଣିପାଗ କାରଣରୁ ହେଲିକପ୍ଟରକୁ ଆଜି ସକାଳ ୧୦ :୪୦ ରେ ତାମିଲନାଡୁ ଇରୋଡ ଜିଲ୍ଲାର ସତ୍ୟମଙ୍ଗଳମ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ହେଲିକପ୍ଟରଟି ଓହ୍ଲାଇଥିଲା। ତେବେ ଏଥିରେ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସୁରକ୍ଷିତ ଅଛନ୍ତି। କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ସେ ବର୍ତ୍ତି ଯାଇଛନ୍ତି। ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

ପୁଲିସ କହିବା ମୁତାବକ, ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ ନେଇ ସୂଚନା ମିଳିବା ପରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶ୍ରୀ ଶ୍ରୀ ରବି ଶଙ୍କର ଏଠାକୁ ଆସିଥିଲେ। କିନ୍ତୁ ଖରାପ ପାଗ ଯୋଗୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ହିଁ ହେଲିକପ୍ଟରଟିକୁ ଅନ୍ୟ ସ୍ଥାନରେ ଜରୁରୀ ଅବତରଣ କରିବାକୁ ପଡିଥିଲା। ତେବେ ଜରୁରୀକାଳୀନ ଅବତରଣ କରିବା ମାତ୍ରେ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଂଚି ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ୫୦ ମିନିଟ୍‌ ପରେ ପାଗ ସଫା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଛି।