ସିକିମରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ :୧୬ ଯବାନ ସହିଦ,୪ ଗୁରୁତର
ସିକିମ : ନର୍ଥ ସିକିମ ରେ ସେନା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ୧୬ ଯବାନ ସହିଦ I ଭାରତ ଚୀନ ସୀମାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏଥିରେ ୧୬ ଜଣ ଭାରତୀୟ ଯବାନ ସହିଦ ହେବI ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି I ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ଭାରତ-ଚୀନ ସୀମା ଉତ୍ତର ସିକିମର ଜେମା ନିକଟରେ ଯବାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଏକ ବୁଲାଣିକୁ କାଟି […]
ସିକିମ : ନର୍ଥ ସିକିମ ରେ ସେନା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ୧୬ ଯବାନ ସହିଦ I ଭାରତ ଚୀନ ସୀମାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏଥିରେ ୧୬ ଜଣ ଭାରତୀୟ ଯବାନ ସହିଦ ହେବI ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି I
ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ଭାରତ-ଚୀନ ସୀମା ଉତ୍ତର ସିକିମର ଜେମା ନିକଟରେ ଯବାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଏକ ବୁଲାଣିକୁ କାଟି ନ ପାରି ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ଗଭୀର ଖାତକୁ ଖସିପଡ଼ିଛି । ଗାଡିଟି ଚାଟେନ୍ରୁ ଥାଙ୍ଗୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ଗୁରୁତରମାନଙ୍କୁ ଏୟାରଲିଫ୍ଟ ଯୋଗେ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଯବାନଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇବା ସହିତ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।




