ଜାମ୍ମୁ କାଶ୍ମୀରର କିସ୍ତିୱାର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ,୨ ଆହତ

ଜମ୍ମୁ : ଜାମ୍ମୁ କାଶ୍ମୀରର କିସ୍ତିୱାର ମରୱାହ ତହସିଲର ମାଛନା ଗାଁ ନିକଟରେ ଆଜି ସେନା ହେଲିକପ୍ଟର ‘ଧ୍ରୁବ’ ଦୁର୍ଘଟଣାଗ୍ରସ୍ତ ହୋଇଛି I ଏଥିରେ ପାଇଲଟଙ୍କ ସମେତ ମୋଟ ୩ ଜଣ ବସିଥିବାବେଳେ,୨ଜଣ ଆହତ ହୋଇଛନ୍ତି I ଦୁର୍ଘଟଣାଗ୍ରସ୍ତ ‘ଧ୍ରୁବ’ ହେଲିକପ୍ଟରଟି ହେଉଛି ସେନାର ଆଡଭାନ୍ସଡ ଲାଇଟ ହେଲିକପ୍ଟର । ତେବେ ଗତ ୨ ମାସ ମଧ୍ୟରେ ସେନା ହେଲିକପ୍ଟର ଧ୍ରୁବ ର ଏହା ତୃତୀୟ ଦୁର୍ଘଟଣା । ପ୍ରଥମେ ଧ୍ରୁବ ହେଲିକପ୍ଟର ମାର୍ଚ୍ଚ ୮ ରେ […]

Samaya Live Picture
Published On

ଜମ୍ମୁ : ଜାମ୍ମୁ କାଶ୍ମୀରର କିସ୍ତିୱାର ମରୱାହ ତହସିଲର ମାଛନା ଗାଁ ନିକଟରେ ଆଜି ସେନା ହେଲିକପ୍ଟର ‘ଧ୍ରୁବ’ ଦୁର୍ଘଟଣାଗ୍ରସ୍ତ ହୋଇଛି I ଏଥିରେ ପାଇଲଟଙ୍କ ସମେତ ମୋଟ ୩ ଜଣ ବସିଥିବାବେଳେ,୨ଜଣ ଆହତ ହୋଇଛନ୍ତି I ଦୁର୍ଘଟଣାଗ୍ରସ୍ତ ‘ଧ୍ରୁବ’ ହେଲିକପ୍ଟରଟି ହେଉଛି ସେନାର ଆଡଭାନ୍ସଡ ଲାଇଟ ହେଲିକପ୍ଟର । ତେବେ ଗତ ୨ ମାସ ମଧ୍ୟରେ ସେନା ହେଲିକପ୍ଟର ଧ୍ରୁବ ର ଏହା ତୃତୀୟ ଦୁର୍ଘଟଣା । ପ୍ରଥମେ ଧ୍ରୁବ ହେଲିକପ୍ଟର ମାର୍ଚ୍ଚ ୮ ରେ ମୁମ୍ବାଇ ଉପକୂଳ ନିକଟରେ, ମାର୍ଚ୍ଚ ୨୬ ରେ କୋଚି ବିମାନବନ୍ଦରରେ ଏବଂ ୪ ମଇରେ କିଶ୍ୱରରେ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିପରି ଗତ ମାର୍ଚ୍ଚ ମାସ ଅରୁଣାଚଳ ପ୍ରଦେଶରରେ ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ପାଇଲଟଙ୍କ ମୃତ୍ୟ ଘଟିଥିଲା।

Tags: