୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ

ଭୁବନେଶ୍ୱର : ନୂଆ ବର୍ଷରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ୮ମ ପେ’କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ । ଉପକୃତ ହେବେ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କର୍ମଚାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ମ ପେ’କମିଶନକୁ ମଞ୍ଜୁରୀ ଦେଇଛନ୍ତି । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ସମସ୍ତ ରାଜ୍ୟ ସରକାର ଓ PSUଙ୍କ ସହ ଆଲୋଚନା ପରେ ମଞ୍ଜୁରୀ ଦିଆଯାଇଛି […]

Samaya Live Picture
Published On

ଭୁବନେଶ୍ୱର : ନୂଆ ବର୍ଷରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ୮ମ ପେ’କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ । ଉପକୃତ ହେବେ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କର୍ମଚାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ମ ପେ’କମିଶନକୁ ମଞ୍ଜୁରୀ ଦେଇଛନ୍ତି । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ସମସ୍ତ ରାଜ୍ୟ ସରକାର ଓ PSUଙ୍କ ସହ ଆଲୋଚନା ପରେ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ୱାରା କର୍ମଚାରୀଙ୍କ ଦରମା ଏବଂ ପେନସନଭୋଗୀଙ୍କ ପେନସନ ବୃଦ୍ଧି ହେବ।

ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ମିଳିବା ଫଳରେ ପ୍ରାୟ ଏକ କୋଟିରୁ ଅଧିକ ଲୋକ ଉପକୃତ ହେବେ । ଏନେଇ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ କମିଶନ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ସପ୍ତମ ବେତନ କମିଶନ ୨୦୧୬ରେ ଗଠିତ ହୋଇଥିଲା ଏବଂ ଏହାର କାର୍ଯ୍ୟକାଳ ୨୦୨୬ରେ ଶେଷ ହେବ। ବୈଷ୍ଣବ ଆହୁରି କହିଛନ୍ତି ଯେ କମିଶନର ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟଙ୍କୁ ଖୁବ୍ ଶୀଘ୍ର ନିଯୁକ୍ତି ଦିଆଯିବ।

Tags: