‘କର୍ଣ୍ଣେଲ ସୋଫିଆଙ୍କୁ କ୍ଷମା ମାଗ’ – ମନ୍ତ୍ରୀଙ୍କୁ କଡା ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ରାଜନେତା ମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଜରୁରୀ । ଅଡୁଆରେ ପଡିଛନ୍ତି ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବିଜୟ ଶାହା । କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନ ମନ୍ତବ୍ୟ ପାଇଁ ମନ୍ତ୍ରୀ ବିଜୟ ଶାହଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଜବଲପୁର ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା ବେଳେ ଏବେ ତାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଶକ୍ତ ଝଟକା । ସୁପ୍ରିମକୋର୍ଟ ତାଗିଦ କରିବା ସହ କର୍ଣ୍ଣେଲ ସୋଫିଆଙ୍କୁ କ୍ଷମା […]
ନୂଆଦିଲ୍ଲୀ: ରାଜନେତା ମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଜରୁରୀ । ଅଡୁଆରେ ପଡିଛନ୍ତି ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବିଜୟ ଶାହା । କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନ ମନ୍ତବ୍ୟ ପାଇଁ ମନ୍ତ୍ରୀ ବିଜୟ ଶାହଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଜବଲପୁର ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା ବେଳେ ଏବେ ତାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଶକ୍ତ ଝଟକା । ସୁପ୍ରିମକୋର୍ଟ ତାଗିଦ କରିବା ସହ କର୍ଣ୍ଣେଲ ସୋଫିଆଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମଧ୍ୟପ୍ରଦେଶ ହାଇକୋର୍ଟର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ସିଜେଆଇ ବିଆର ଗଭାଇ ବିଜୟ ଶାହଙ୍କୁ ପଚାରିଥିଲେ ଯେ ଆପଣ କି ପ୍ରକାରର ବୟାନ ଦେଉଛନ୍ତି? ଆପଣ ଜଣେ ମନ୍ତ୍ରୀ। ଜଣେ ମନ୍ତ୍ରୀ ହୋଇ, ଆପଣ କି ପ୍ରକାରର ଭାଷା ବ୍ୟବହାର କରୁଛନ୍ତି? ଏହା କ’ଣ ଜଣେ ମନ୍ତ୍ରୀଙ୍କୁ ଶୋଭା ଦିଏ? କୋର୍ଟ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଏ ନାହିଁ। ଯେତେବେଳେ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି, ସେତେବେଳେ ଜଣେ ଦାୟିତ୍ୱବାନ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଇ ପାରିବ ନାହିଁ।
ଏହା ଉପରେ ଓକିଲ କହିଛନ୍ତି ଯେ ତାଙ୍କ ମହକିଲ କ୍ଷମା ମାଗିଛନ୍ତି। ଗଣମାଧ୍ୟମ ତାଙ୍କ ବକ୍ତବ୍ୟକୁ ବିକୃତ କରିଛି। ଗଣମାଧ୍ୟମ ଏହାକୁ ଅତ୍ୟଧିକ ପ୍ରଚାର କଲା । କୋର୍ଟ ବିଜୟ ଶାହଙ୍କ ବିରୋଧରେ ଏଫଆଇଆର ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।
ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜୟ । ହେଲେ ସୁପ୍ରିମକୋର୍ଟ କହିଛନ୍ତି ଆପଣ ଜଣେ ମନ୍ତ୍ରୀ ବୋଲି କଣ ଆପଣଙ୍କ କଥା ଶୁଣାଯିବ । ଗୁରୁବାର ଏହି ମାମଲାରୁ ଶୁଣାଣି ହାଇକୋର୍ଟରେ ହେବ ।
ପ୍ରକାଶଥାଉକି ସୋଫିଆ କୁରେଶୀଙ୍କ ଉପରେ ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହଙ୍କ ବିବାଦୀୟ ବୟାନ ପରେ ମହୁ ତହସିଲ୍ ସ୍ଥିତ ମାନପୁର ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ସମ୍ପର୍କରେ ଦିଆଯାଇଥିବା ବିବାଦୀୟ ବୟାନ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।




