ଓସ୍କାର ଦୋୖଡରେ ‘ଅନୁଜା’
ନୂଆଦିଲ୍ଲୀ : ସମ୍ମାନଜନକ ପୁରସ୍କାର ଓସ୍କାର-୨୦୨୫ ଦୌଡ଼ରେ ସାମିଲ ହୋଇଛି ‘ଅନୁଜା’। ୨୦୨୫ ଓସ୍କାର ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ କରିବ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ଅନୁଜା’ । ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି । ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ହେଉଛି ‘ଅନୁଜା’, […]
ନୂଆଦିଲ୍ଲୀ : ସମ୍ମାନଜନକ ପୁରସ୍କାର ଓସ୍କାର-୨୦୨୫ ଦୌଡ଼ରେ ସାମିଲ ହୋଇଛି ‘ଅନୁଜା’। ୨୦୨୫ ଓସ୍କାର ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ କରିବ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ଅନୁଜା’ । ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି । ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ହେଉଛି ‘ଅନୁଜା’, ଯାହା ୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ।
୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍ ନଟ୍ ଏ ରୋବଟ୍, ଦ ଲାଷ୍ଟ୍ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍ ନଟ୍ ରିମେନ୍ ସାଇଲେଣ୍ଟ୍ । ତେବେ ଓସ୍କାର ପାଇଁ ଗୁନୀତଙ୍କ ଏହା ତୃତୀୟ ମନୋନୟନ। ପୂର୍ବରୁ ତାଙ୍କର ଦ ଏଲିଫାଣ୍ଟ ହ୍ବିସପରର୍ସ ଏବଂ ପିରିୟଡ୍, ଦ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମା ପାଇଁ ଗର୍ବ ଆଣିଛି ।




