ମୋଦିଙ୍କ ବିରୋଧୀ ବିବିସି ଡକ୍ୟୁମେଂଟାରୀ, ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨୦୦୨ରେ ଘଟିଥିବା ଗୁଜୁରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ମନ୍ଦ ଉଦ୍ଦ୍ୟେସ ରଖି ତଥା ଅପପ୍ରଚାର ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବା ଏଜେନ୍ସି ଏଭଳି ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଛନ୍ତି । ଏଥିରେ କଲୋନିଆଲ ତଥା ଔପନିବେଶିକ ଚିନ୍ତାଧାରା ଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨୦୦୨ରେ ଘଟିଥିବା ଗୁଜୁରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ମନ୍ଦ ଉଦ୍ଦ୍ୟେସ ରଖି ତଥା ଅପପ୍ରଚାର ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବା ଏଜେନ୍ସି ଏଭଳି ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଛନ୍ତି । ଏଥିରେ କଲୋନିଆଲ ତଥା ଔପନିବେଶିକ ଚିନ୍ତାଧାରା ଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି । ତେଣୁ ଏହା ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି I
ସୂଚନାନୁସାରେ,ବିବିସି ପକ୍ଷରୁ କରାଯାଇଥିବା ଡକ୍ୟୁମେଂଟାରୀ “India: The Modi Question”ର ପ୍ରଥମ ଏପିସଡ ଗତ ଜାନୁୟାରୀ ୧୭ ତାରିଖରେ ୟୁଟ୍ୟୁବ ରେ ରିଲିଜ ହୋଇଥିଲା I ଏଥିରେ ୨୦୦୨ ରେ ଘଟିଥିବା ଗୁଜୁରାଟ ଦଙ୍ଗା କୁ ନେଇ ମୋଦିଙ୍କ ବିରୋଧରେ ପ୍ରଶ୍ନ ଉଠାଯାଇଛି I ଦଙ୍ଗା ସମୟରେ ମୋଦୀଙ୍କ ନେତୃତ୍ବ ବିଷୟ ଚିତ୍ରଣ କରାଯାଇଛି। ଏହା ସହିତ ମୋଦୀଙ୍କ ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ଏଥିରେ ଦର୍ଶାଯାଇଛି। ସିରିଜ୍ରେ କୁହାଯାଇଥିଲା ଯେ “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ମୁସଲିମ ସଂଖ୍ୟାଲଘୁଙ୍କ ମଧ୍ୟରେ ଥିବା ଟେନସନକୁ ଥରେ ଦେଖନ୍ତୁ। ୨୦୦୨ ଦଙ୍ଗାରେ ତାଙ୍କ ଭୂମିକା ତଦନ୍ତରୁ ଜଣାପଡ଼ିଥିଲା। ଏହି ଦଙ୍ଗାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।” ଏହାପରେ ବିବିସି ପୂରା ଘଟଣାକୁ ନେଇ ସିରିଜ୍ ପ୍ରସ୍ତୁତ କରିଥିଲା।
ଏହି ଡକ୍ୟୁମେଂଟାରୀ ପ୍ରସ୍ତୁତ ପଛରେ ରହିଛନ୍ତି ପାକିସ୍ତାନ ଜନ୍ମିତ ବ୍ରିଟିଶ ସାଂସଦ ଇମ୍ରାନ ହୁସେନ। ହୁସେନଙ୍କ ପ୍ରରୋଚନାରେ ଏପରି ଡକ୍ୟୁମେଂଟାରୀ ପ୍ରସ୍ତୁତକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକ ନାପସନ୍ଦ କରିଛନ୍ତି । ପ୍ରଧାନମନ୍ତ୍ରୀ ସନକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉକ୍ତ ସାଂସଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିବିସି ଦ୍ବାରା ପ୍ରସ୍ତୁତ ବୃତ୍ତଚିତ୍ରକୁ ହୁସେନା ବ୍ରିଟେନ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ। ବିବିସିର ଡକ୍ୟୁମେଂଟାରୀକୁ ପାର୍ଲାମେଣ୍ଟରେ ଉପସ୍ଥାପନ କାଳରେ ସନକ କହିଥିଲେ ଯେ ଭାରତ ଓ ଏହାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବ୍ରିଟେନର ଆଭିମୁଖ୍ୟ ପୂର୍ବପରି ଅତୁଟ ରହିଛି। ବ୍ରିଟେନ ପାର୍ଲାମେଣ୍ଟର ଅନ୍ୟତମ ସଦସ୍ୟ ଲର୍ଡ ରାମି ରେଞ୍ଜର କହିଛନ୍ତି ଯେ ବିବିସିର ଏପରି କାର୍ଯ୍ୟ ନିନ୍ଦନୀୟ।




