ବିଷ ପିଇ ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତା

ନୂଆଦିଲ୍ଲୀ : ଅଭିନୟ ଜଗତରୁ ଆସିଛି ପୁଣି ଏକ ଦୁଖଦଃ ଖବର I ଅଭିନେତ୍ରୀ ତୁନିଷା ଶର୍ମାଙ୍କ ପରେ ଆତ୍ମହତ୍ୟା କରିଛନ୍ତି ଟଲିଉଡ଼ ଅଭିନେତା ସୁଧୀର ବର୍ମା । ଜାନୁଆରୀ ୨୩ ରେ ବିଶାଖାପାଟଣା ରେ ଥିବା ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି I ସୁଧୀର ବର୍ମା ମୃତ୍ୟୁରେ ସାରା ଦକ୍ଷିଣ ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇ ଯାଇଛି I ସୁଧୀର ବର୍ମାଙ୍କ କୋ -ଷ୍ଟାର ଅଭିନେତା ସୁଧାକର ସୋସିଆଲ ମିଡିଆରେ ଅଭିନେତାଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଅଭିନୟ ଜଗତରୁ ଆସିଛି ପୁଣି ଏକ ଦୁଖଦଃ ଖବର I ଅଭିନେତ୍ରୀ ତୁନିଷା ଶର୍ମାଙ୍କ ପରେ ଆତ୍ମହତ୍ୟା କରିଛନ୍ତି ଟଲିଉଡ଼ ଅଭିନେତା ସୁଧୀର ବର୍ମା । ଜାନୁଆରୀ ୨୩ ରେ ବିଶାଖାପାଟଣା ରେ ଥିବା ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି I ସୁଧୀର ବର୍ମା ମୃତ୍ୟୁରେ ସାରା ଦକ୍ଷିଣ ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇ ଯାଇଛି I

ସୁଧୀର ବର୍ମାଙ୍କ କୋ -ଷ୍ଟାର ଅଭିନେତା ସୁଧାକର ସୋସିଆଲ ମିଡିଆରେ ଅଭିନେତାଙ୍କ ମୃତ୍ୟୁ ବିଷୟରେ ସ୍ପଷ୍ଟ କରିଛନ୍ତି I ଟ୍ୱିଟରରେ ସୁଧୀର ବର୍ମାଙ୍କ ଅନେକ ଫଟୋ ସେୟାର କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଥିଲେ। ସୁଧାକର ଟ୍ୱିଟରରେ ଲେଖିଛନ୍ତି, ସୁଧୀର! ଏତେ ଭଲ ମଣିଷ … ତୁମକୁ ଜାଣିବା ଏବଂ ତୁମ ସହିତ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା । ତୁମେ ଆଉ ଏହି ଦୁନିଆରେ ନାହଁ ବୋଲି ଜାଣି ବିଶ୍ୱାସ କରିପାରୁ ନାହିଁ । ଓମ୍ ଶାନ୍ତି ।’

ସୁଧୀର ଜଣେ ୟଙ୍ଗ ଆକ୍ଟର ହୋଇଥିବା ବେଳେ ସେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଦିୱାନା କରି ପାରୁଥିଲେ। ହେଲେ ମାତ୍ର ୩୩ ବର୍ଷ ବୟସରେ ଅଚାନକ ତାଙ୍କର ଏପରି ମୃତ୍ୟୁକୁ ଅନ୍ୟମାନେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ସୁଧୀରଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଅଭିନେତା କିଛି ସମୟ ପାଇଁ ମାନସିକ ଚାପ ଦେଇ ଗତି କରୁଥିଲେ। ମାନସିକ ଚାପ ଯୋଗୁଁ ସୁଧୀର ଏପରି ଚରମ ନିଷ୍ପତି ନେଇଥିବା ଅନୁମାନ କରାଯାଉଛି।

୨୦୧୩ରେ ସୁଧୀର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ ଥିଲା ‘ସ୍ୱାମୀ ରା ରା’ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ସେ ‘କୁଣ୍ଡନାପୁ ବୋମ୍ମା’ରେ ନଜର ଆସି ଲୋକପ୍ରିୟ ହୋଇଥିଲେ । ଏହି ଚଳଚ୍ଚିତ୍ର ସୁଧୀର ବର୍ମାଙ୍କୁ ବହୁ ଲୋକପ୍ରିୟତା ଆଣି ତେଲୁଗୁ ସିନେମାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ତେବେ ଏହି ଚଳଚ୍ଚିତ୍ର ପରେ ମଧ୍ୟ ତାଙ୍କୁ ଭଲ ଅଫର ମିଳିନଥିଲା । ଏହାବାଦ ସେ ‘ସୁଟ୍‌ ଆଉଟ୍‌ ଇନ୍‌ ଓଲେର’ଓ ୱେବ ସିରିଜିରେ ବି ଖୁବ୍‌ ଭଲ ଅଭିନୟ କରିଛନ୍ତି। ସୁଧୀର ଜଣେ ୟଙ୍ଗ ଆକ୍ଟର ହୋଇଥିବା ବେଳେ ଖୁବ୍‌ କମ୍‌ ଦିନରେ ଲୋକପ୍ରିୟ ହୋଇ ପାରିଥିଲେ। ହେଲେ ଅଚାନକ କାହିଁକି ସେ ଏପରି ନିଷ୍ପତ୍ତି ନେଲେ ତାହାର ତଦନ୍ତ କରୁଛି ପୁଲିସ୍‌।

ସୂଚନାନୁସାରେ ଗତ ୧୦ ତାରିଖରେ ସୁଧୀର ବିଷ ପିଇ ଦେଇଥିଲେ। ଏହାପରେ ସେ ଏହାର ଜ୍ୱଳା ସହି ନ ପରି ନିଜର ଜଣେ ବନ୍ଧୁଙ୍କ ନିକଟକୁ ଯାଇଥିଲେ। ସେଠାରେ ନିଜ ବନ୍ଧୁଙ୍କୁ ସବୁ କଥା କହିଥିବା ବେଳେ ସେ ତୁରନ୍ତ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ଗତ ୨୧ ତାରିଖରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ସେ ଆଖି ବୁଜି ଦେଇଛନ୍ତି। ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ସୁଧୀରଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

Tags: