ପୁଣି ରେଳ ଦୁର୍ଘଟଣା ,୧୨ ବଗି ଲାଇନ୍ଚ୍ୟୁତ
ପଶ୍ଚିମବଙ୍ଗ : ପିଛା ଛାଡ଼ୁନି ରେଳ ଦୁର୍ଘଟଣା I ପୁଣି ଦୁଇ ମାଲବାହୀ ଗାଡି ମଧ୍ୟରେ ହୋଇଛି ଧକ୍କା I ଫଳରେ ୧୩ ବଗି ଲାଇନ୍ଚ୍ୟୁତ ହୋଇ ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ I ଆଜି ଭୋର ୪ଟା ସମୟରେ ଆଣ୍ଟୋ ଷ୍ଟେସନ ନିକଟରେ ଘଟିଛି ଏହି ଟ୍ରେନ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ […]
ପଶ୍ଚିମବଙ୍ଗ : ପିଛା ଛାଡ଼ୁନି ରେଳ ଦୁର୍ଘଟଣା I ପୁଣି ଦୁଇ ମାଲବାହୀ ଗାଡି ମଧ୍ୟରେ ହୋଇଛି ଧକ୍କା I ଫଳରେ ୧୩ ବଗି ଲାଇନ୍ଚ୍ୟୁତ ହୋଇ ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ I ଆଜି ଭୋର ୪ଟା ସମୟରେ ଆଣ୍ଟୋ ଷ୍ଟେସନ ନିକଟରେ ଘଟିଛି ଏହି ଟ୍ରେନ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ଟ୍ରେନର ଲୋକ ପାଇଲଟ୍ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣା ଅନୁସାରେ ଗୋଟିଏ ମାଲଗାଡିକୁ ଆଉ ଏକ ମାଲଗାଡି ପଛପଟୁ ଧକ୍କା ଦେଇଥିଲା ।ଦୁର୍ଘଟଣା ସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଛନ୍ତି। ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ କରାଯାଇନାହିଁ। ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁର୍ଘଟଣା ପରେ ଗୋଟିଏ ମାଲବାହୀ ଟ୍ରେନ ଅନ୍ୟଟି ଉପରେ ଚଢ଼ି ଯାଇଛି। ସେହିପରି ୧୩ଟି ବଗି ଲାଇନଚ୍ୟୁତ ହୋଇ ତଳେ ପଡ଼ି ରହିଛି। ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି।
ସୂଚନାନୁସାରେ ଚଳିତ ଜୁନ ମାସ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ୩ଟି ଟ୍ରେନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ହେବାସହିତ ୧୫୦୦ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ I ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଥିଲା I ମୃତକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୧ ଜଣ ଯାତ୍ରୀଙ୍କର ଶବ ଚିହ୍ନଟ ହୋଇ ପାରି ନାହିଁ I




