ପୁଣି ଜିମ ନେଲା ଜୀବନ,ସଲମାନଙ୍କ ବଡି ଡବଲ ସାଗର ପାଣ୍ଡେଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଖଦଃ ଖବର I ପୁଣି ଜିମ ନେଇଛି ଜୀବନ I ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସଲମାନ ଖାଁ ଙ୍କ ବଡି ଡବଲ ସାଗର ପାଣ୍ଡେଙ୍କ ଦେହାନ୍ତ ହୋଇଛି। ଜିମରେ ୱାର୍କଆଉଟ୍ କରୁଥିବା ସମୟରେ ସାଗର ପାଣ୍ଡେଙ୍କୁ ହାର୍ଟ ଆଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା। ସେ ସଲମାନ ଖାଁଙ୍କ ସହିତ ୫୦ […]

Samaya Live Picture
Published On

ମୁମ୍ବାଇ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଖଦଃ ଖବର I ପୁଣି ଜିମ ନେଇଛି ଜୀବନ I ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସଲମାନ ଖାଁ ଙ୍କ ବଡି ଡବଲ ସାଗର ପାଣ୍ଡେଙ୍କ ଦେହାନ୍ତ ହୋଇଛି। ଜିମରେ ୱାର୍କଆଉଟ୍ କରୁଥିବା ସମୟରେ ସାଗର ପାଣ୍ଡେଙ୍କୁ ହାର୍ଟ ଆଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା। ସେ ସଲମାନ ଖାଁଙ୍କ ସହିତ ୫୦ ରୁ ଅଧିକ ଫିଲ୍ମ ରେ କାମ କରିସାରିଛନ୍ତି I

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଗର ପାଣ୍ଡେ ଟ୍ରେଡମିଲରେ ଦୌଡ଼ୁଥିବା ସମୟରେ ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସାଗର ପାଣ୍ଡେଙ୍କ ମୃତ୍ୟୁ ଯୋଗୁଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକରେ ବୁଡ଼ି ଯାଇଛି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଡବଲ ସାଗର ପାଣ୍ଡେ ସଲମାନ ଖାନଙ୍କ ଭଳି ଅବିବାହିତ ରହିଥିଲେ I କରୋନା କାଳରେ ତାଙ୍କର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା I ସେ ଏକ ଇଣ୍ଟରଭ୍ୟୁ ରେ ଏହି କଥା କହିଥିଲେ I ଏହାପରେ ସଲମାନ ଖାନ କିଛି ମାସ ପାଇଁ ତାଙ୍କୁ ଆର୍ଥିକ ସହାୟତା କରିଥିଲେ I ସାଗର ପାଣ୍ଡେ ସଲମାନ ସହିତ ଗତ୨୪ ବର୍ଷ ଧରି କାମ କରୁଥିଲେ। ସାଗର ସଲମାନଙ୍କ ଅନେକ ଫିଲ୍ମରେ ବଡି ଡବଲ ରୋଲ କରିଛନ୍ତି। ତାଙ୍କୁ ସଲମାନଙ୍କ ଡୁପ୍ଲିକେଟ ବୋଲି କୁହାଯାଏ। ସାଗର ଫିଲ୍ମ ବଜରଙ୍ଗୀ ଭାଇଜାନ, ଟ୍ୟୁବଲାଇଟ, ଦବଙ୍ଗ, ଦବଙ୍ଗ-୨, ଦବଙ୍ଗ-୩ ଭଳି ଫିଲ୍ମରେ ସଲମାନଙ୍କ ସହିତ କାମ କରିଛନ୍ତି। ପାଖାପାଖି ୫୦ଟି ଫିଲ୍ମରେ ବଡି ଡବଲ କାମ କରିଛନ୍ତି ସାଗର। ତେବେ ସାଗର ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ବେଶ୍‌ ଆକ୍ଟିଭ ଥିଲେ। କରୋନା ସମୟରେ ସାଗର ପାଣ୍ଡେଙ୍କୁ ଆର୍ଥିକ ଭାବେ ସଲମାନ ଖାନ ସାହାଯ୍ୟକରିଥିଲେ। ତେବେ ସାଗରଙ୍କ ମୃତ୍ୟୁରେ ସଲମାନ ଖାନ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି I

ସୂଚନାଯୋଗ୍ୟ, ନିକଟରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ଜିମରେ ଥିବା ଏକ ଟ୍ରେଡ୍ ମିଲରେ ବ୍ୟାୟାମ କରୁଥିବାବେଳେ ହାର୍ଟ ଆଟାକର ଶିକାର ହୋଇଥିଲେ । ଯାହା ପରେ ହାସ୍ୟ ଅଭିନେତା ପ୍ରାୟ ୪୦ ଦିନ ପରେ ୨୧ ସେପ୍ଟେମ୍ବରରେ ମୃତ୍ୟୁ ବରଣ କରିଥିଲେ । ଏହାପୂର୍ବରୁ ସିଦ୍ଧାର୍ଥ ଶୁକ୍ଲା ଓ ପ୍ରସିଦ୍ଧ କନ୍ନଡ଼ ଅଭିନେତା ପୁନିତ ରାଜ ମଧ୍ୟ ହାର୍ଟଆଟାକର ଶିକାର ହୋଇ ମୃତ୍ୟୁବରଣ କରିଥିଲେ।