ଅମିତ ଶାହାଙ୍କ ଆଶ୍ୱାସନା ପରେ ଆଇଏମ୍ଏ ପ୍ରତୀକାତ୍ମକ ଆନ୍ଦୋଳନ ପ୍ରତ୍ୟାହୃତ

ସମୟ ଲାଇଭ,୨୨/୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପ୍ରତୀକାତ୍ମକ ବିରୋଧ ପ୍ରତ୍ୟାହାର କରିନେଇଛି। ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଆଇଏମଏ ଆଜି ରାତି 9 ଟାରେ ଏକ ପ୍ରତୀକାତ୍ମକ ପ୍ରଦର୍ଶନ ଏବଂ ଆସନ୍ତାକାଲି କଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟରେ ଅମିତ ଶାହା ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେଇବାକୁ ଆଶ୍ୱାସନା ଦେବାପରେ ଏହି ଆନ୍ଦୋଳନ ପ୍ରତ୍ୟହୃତ ହୋଇଛି । ଅମିତ […]

Samaya Live Picture
Published On

ସମୟ ଲାଇଭ,୨୨/୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପ୍ରତୀକାତ୍ମକ ବିରୋଧ ପ୍ରତ୍ୟାହାର କରିନେଇଛି। ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଆଇଏମଏ ଆଜି ରାତି 9 ଟାରେ ଏକ ପ୍ରତୀକାତ୍ମକ ପ୍ରଦର୍ଶନ ଏବଂ ଆସନ୍ତାକାଲି କଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟରେ ଅମିତ ଶାହା ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେଇବାକୁ ଆଶ୍ୱାସନା ଦେବାପରେ ଏହି ଆନ୍ଦୋଳନ ପ୍ରତ୍ୟହୃତ ହୋଇଛି ।
ଅମିତ ଶାହା କହିଛନ୍ତି, ‘ଆମର ଡାକ୍ତରମାନେ ନିଜ କର୍ମକ୍ଷେତ୍ରରେ ସୁରକ୍ଷା ଏବଂ ପ୍ରତିଷ୍ଠା ସହ ସାଲିସ କରିବେ ନାହିଁ । ସବୁବେଳେ ସେମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ନିଶ୍ଚିତ କରିବା ଆମର ସାମୂହିକ ଦାୟିତ୍ବ | ମୁଁ ଡାକ୍ତରମାନଙ୍କୁ ଆଶ୍ୱାସନା ଦେଇଛି ଯେ ମୋଦୀ ସରକାର ସେମାନଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧ ଏବଂ ପ୍ରସ୍ତାବିତ ବିରୋଧର ପୁନର୍ବିଚାର କରିବାକୁ ସେମାନଙ୍କୁ ନିବେଦନ କରିଛନ୍ତି ।
ପ୍ରତୀକାତ୍ମକ ପ୍ରଦର୍ଶନକୁ ନେଇ ଆଇଏମଏ କହିଛି ଯେ ଆଜି ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛୁ। ବିଶେଷ କରି ଗୃହମନ୍ତ୍ରୀ ଅମିତ ଶାହା ଘଟଣା ବିଷୟରେ ବୁଝୁଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ସରକାର ପ୍ରତିଶୃତି ଦେଇଛନ୍ତି। ଆମେ ସରକାରଙ୍କ ଭରଷାରେ ବିରୋଧ ପ୍ରତ୍ୟାହାର କରୁଛୁ।

କରୋନା ଡ୍ୟୁଟିରେ ନିୟୋଜିତ କିଛି ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଆଇଏମଏ ସାଙ୍କେତିକ ଆନ୍ଦୋଳନ ପାଇଁ ଯୋଜନା କରିଥିଲା। ଉଲ୍ଲେଖନୀୟ କଥା ହେଉଛି, ଡାକ୍ତରଙ୍କ ପ୍ରତି ଅସଦାଚରଣ, ମାଡ ମାରିବା ଏବଂ ଦେଶର ଅନେକ ରାଜ୍ୟରୁ ସେମାନଙ୍କୁ ଘରେ ପ୍ରବେଶ କରିବାକୁ ବରଂ କରାଯିବାର କରିବାର ଖବର ଆସିଛି। ଏହି ଦେଶର ସମସ୍ତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି |

Tags: