ଅମ୍ବାନୀ, ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇବା ନେଇ ଧମକ
ମୁମ୍ବାଇ : ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ,ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ମିଳିଛି ଅଜଣା ଧମକ । ମଙ୍ଗଳବାର ୨୮ ଫେବୃଆରୀ ରେ କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍ କରି ଏହି ଧମକ ଦେଇଥିବା ଜଣାପଡ଼ିଛି। ସେଲିବ୍ରିଟି ପ୍ୟାପ୍ ଭାଇରାଲ୍ ଭାୟାନି ଇନଷ୍ଟାଗ୍ରାମରେ ଏହି ଖବର ସେୟାର କରିଛନ୍ତି। ସେ ଲେଖିଛନ୍ତି: ଗତକାଲି ଜଣେ ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରକୁ ବିସ୍ଫୋରଣ […]
ମୁମ୍ବାଇ : ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ,ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ମିଳିଛି ଅଜଣା ଧମକ । ମଙ୍ଗଳବାର ୨୮ ଫେବୃଆରୀ ରେ କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍ କରି ଏହି ଧମକ ଦେଇଥିବା ଜଣାପଡ଼ିଛି।
ସେଲିବ୍ରିଟି ପ୍ୟାପ୍ ଭାଇରାଲ୍ ଭାୟାନି ଇନଷ୍ଟାଗ୍ରାମରେ ଏହି ଖବର ସେୟାର କରିଛନ୍ତି। ସେ ଲେଖିଛନ୍ତି: ଗତକାଲି ଜଣେ ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରକୁ ବିସ୍ଫୋରଣ କରିବାକୁ ଧମକ ଦେଇଥିଲେ। ଏହା ବ୍ୟତୀତ ଅମିତାଭ ବଚ୍ଚନଙ୍କ ଘର ଏବଂ ଧର୍ମେନ୍ଦ୍ରଙ୍କ ଘରେ ବିସ୍ଫୋରଣ ହେବ ବୋଲି ଅଜ୍ଞାତ ବ୍ୟକ୍ତି ଜଣକ ଫୋନ ରେ ଧମକ ଦେଇଥିଲେ। ଗତକାଲି ନାଗପୁର ପୋଲିସର କଣ୍ଟ୍ରୋଲ ରୁମରେ ଏହି କଲ ଆସିଥିଲା। କଲ୍ ପାଇବା ପରେ ନାଗପୁର ପୋଲିସ ତୁରନ୍ତ ମୁମ୍ବାଇ ପୋଲିସକୁ ସତର୍କ କରାଇ ଦେଇଥିଲା।ଏହି ସୂଚନା ପାଇବାପରେ ନାଗପୁର ପୋଲିସ ତୁରନ୍ତ ମହାରାଷ୍ଟ୍ର ପୋଲିସକୁ ଖବର ଦେଇଥିଲେ I ଖବର ପାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ସେମାନଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।
ଏହି ସମୟରେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସର୍ବୋଚ୍ଚ Z+ ସୁରକ୍ଷା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅମ୍ବାନୀ ଭାରତ କିମ୍ବା ବିଦେଶରେ ଯେଉଁଠାରେ ରହିବେ ତାଙ୍କୁ ସର୍ବୋଚ୍ଚ ସ୍ତରର Z+ ସୁରକ୍ଷା ପ୍ରଦାନ କରାଯିବ I ଅବଶ୍ୟ ଏହି ସୁରକ୍ଷା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଖର୍ଚ୍ଚ ଅମ୍ବାନୀ ପରିବାର ବହନ କରିବେ ବୋଲି କୋର୍ଟ କହିଛନ୍ତି।




