ପ୍ରକାଶ ପାଇଲା ‘ଫୋର୍ବସ୍‌’ ୨୦୨୨: ଜାଣନ୍ତୁ କିଏ ଭାରତର ଶ୍ରେଷ୍ଠ ଧନୀ

ଚଳିତ ବର୍ଷ ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଏଲନ୍‌ ମସ୍କ ରହିଛନ୍ତି । ଏଲନ୍‌ ‘ସ୍ପେସ୍‌ଏକ୍‌ସ’ ଏବଂ ‘ଟେସ୍‌ଲା’ର ପ୍ରତିଷ୍ଠାତା ଅଟନ୍ତି । ଦ୍ୱିତୀୟ ସ୍ଥାନରେ ‘ଆମାଜନ୍‌’ କମ୍ପାନୀର ସଂସ୍ଥାପକ ଜେଜ୍‌ ବିଜୋସ୍‌ ରହିଛନ୍ତି । ବିଶ୍ୱର ୩୬ତମ ଶ୍ରେଷ୍ଠ ଧନୀ ତାଲିକାରେ ସମୁଦାୟ ୨,୬୬୮ଜଣ କୋଟିପତି ସ୍ଥାନ ପାଇଛନ୍ତି । * ଏହି କୋଟିପତିଙ୍କ ତାଲିକାର ନମ୍ବର ୧୦ରେ ଭାରତର ‘ରିଲାଏନ୍‌ସ ଇଣ୍ଟଷ୍ଟ୍ରିଜ୍‌’ର ଚେୟାର୍‌ମ୍ୟାନ […]

Samaya Live Picture
Published On

ଚଳିତ ବର୍ଷ ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଏଲନ୍‌ ମସ୍କ ରହିଛନ୍ତି । ଏଲନ୍‌ ‘ସ୍ପେସ୍‌ଏକ୍‌ସ’ ଏବଂ ‘ଟେସ୍‌ଲା’ର ପ୍ରତିଷ୍ଠାତା ଅଟନ୍ତି । ଦ୍ୱିତୀୟ ସ୍ଥାନରେ ‘ଆମାଜନ୍‌’ କମ୍ପାନୀର ସଂସ୍ଥାପକ ଜେଜ୍‌ ବିଜୋସ୍‌ ରହିଛନ୍ତି । ବିଶ୍ୱର ୩୬ତମ ଶ୍ରେଷ୍ଠ ଧନୀ ତାଲିକାରେ ସମୁଦାୟ ୨,୬୬୮ଜଣ କୋଟିପତି ସ୍ଥାନ ପାଇଛନ୍ତି ।

* ଏହି କୋଟିପତିଙ୍କ ତାଲିକାର ନମ୍ବର ୧୦ରେ ଭାରତର ‘ରିଲାଏନ୍‌ସ ଇଣ୍ଟଷ୍ଟ୍ରିଜ୍‌’ର ଚେୟାର୍‌ମ୍ୟାନ ମୁକେଶ ଅମ୍ବାନୀ ରହିଛନ୍ତି । ଯାହାଙ୍କ ସମ୍ପତ୍ତି ୯୦.୭ ବିଲିଅନ ରହିଛି ।

* ସେହିପରି ନମ୍ବର ୧୧ରେ ଗୌତମ ଆଦାନୀ ରହିଛନ୍ତି । ତାଙ୍କର ୯୦ ବିଲିଅନ ସମ୍ପତ୍ତି ରହିଛି ।

* ‘ଏଚ୍‌ସିଏଲ୍‌ ଟେକ୍‌ନୋଲୋଜି ଲିମିଟେଡ୍‌’ର ପ୍ରତିଷ୍ଠାତା ଶିବ ନାଦାର ଭାରତର ତୃତୀୟ ଧନୀ ବ୍ୟକ୍ତି । ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ସ୍ଥାନ ୪୭ରେ ରହିଛି । ତାଙ୍କର ୨୮. ୭ ବିଲିଅନ ସମ୍ପତ୍ତି ରହିଛି ।

* କୋଭିଡ ଟିକା ଉତ୍ପାଦକ ‘ସିରମ୍‌ ଇନ୍‌ଷ୍ଟିଚୁ୍ୟର ଅଫ୍‌ ଇଣ୍ଡିଆ’ର ଚେୟାର୍‌ମ୍ୟାନ ସାଇରସ୍‌ ପୁନାୱାଲା ତାଲିକାର ୫୬ ନମ୍ବରରେ ରହି ଭାରତର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି । ତାଙ୍କର ସମ୍ପତ୍ତି ୨୪. ୩ ବିଲିଅନ ରହିଛି ।

* ‘ଡି-ମାର୍ଟ’ କମ୍ପାନୀର ପ୍ରତିଷ୍ଠାତା ରାଧାକ୍ରିଷ୍ଣ ଦମାନୀ ତାଲିକାର ୮୧ ନମ୍ବରରେ ରହି ଭାରତର ପଞ୍ଚମ ଧନୀ ବ୍ୟକ୍ତି ହୋଇଛନ୍ତି । ତାଙ୍କର ସମ୍ପତ୍ତି ୧୭. ୯ ବିଲିଅନ ସମ୍ପତ୍ତି ରହିଛି ।

* ବିଶ୍ୱର ବୃହତ୍‌ ଷ୍ଟିଲ୍‌ ଓ ମାଇନିଂ କମ୍ପାନୀ ‘ଆର୍ସେଲୋର ମିତ୍ତଲ’ର ଚେୟାର୍‌ମ୍ୟରନ ଲକ୍ଷ୍ମୀ ମିତ୍ତଲ ଭାରତର ଷଷ୍ଠ ଧନୀ ବ୍ୟକ୍ତି । ୧୭. ୯ ବିଲିଅନ ସମ୍ପତ୍ତି ଥାଇ ସେ ତାଲିକାର ୮୯ ନମ୍ପର ସ୍ଥାନରେ ରହିଛନ୍ତି ।

* ଭାରତର ଧନୀ ବ୍ୟକ୍ତିର ସପ୍ତମ ସ୍ଥାନରେ ‘ଓପି ଜିନ୍ଦଲ ଗ୍ରୁପ୍‌’ର ମାଲିକାଣୀ ସାବିତ୍ରୀ ଜିନ୍ଦଲ ରହିଛନ୍ତି । ତାଙ୍କର ୧୭.୭ ବିଲିଅନ ସମ୍ପତ୍ତି ରହିଛି ।

* ‘ଆଦିତ୍ୟ ବିର୍ଲା’ ଗ୍ରୁପ୍‌ର ଚେୟାର୍‌ମ୍ୟାନ କୁମାର ବିର୍ଲା ବିଶ୍ୱ ଧନୀ ବ୍ୟକ୍ତିଙ୍କ ତାଲିକାର ନମ୍ପର ୧୦୯ରେ ରହିଛନ୍ତି । ତାଙ୍କର ସମ୍ପତ୍ତି ୧୬. ୫ ବିଲିଅନ ସମ୍ପତ୍ତି ରହିଛି ।

* ବିଶ୍ୱର ବୃହତ ଫାର୍ମା କମ୍ପାନୀ ‘ସନ୍‌ ଫାର୍ମାସୁ୍ୟଟିକାଲ୍‌ସ୍‌’ର ପ୍ରତିଷ୍ଠାତା ଦିଲ୍ଲୀପ ସାଙ୍ଘଭି ତାଲିକାର ୧୧୫ ନମ୍ବରରେ ରହିଛନ୍ତି । ୧୫.୬ ବିଲିଅନ ସମ୍ପତ୍ତି ଥାଇ, ସେ ଭାରତର ନବମ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି ।

* ଭାରତର ସବୁଠୁ ଧନୀ ସ୍ୱୟଂଚାଳିତ ବ୍ୟାଙ୍କ ‘କୋଟାକ୍‌ ମହିନ୍ଦା ବ୍ୟାଙ୍କ’ର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଓ ମ୍ୟାନେଜିଂ ଡାଇରେକ୍‌ଟର ଉଦୟ କୋଟାକ୍‌ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାର ନମ୍ବର ୧୨୯ରେ ରହିଛନ୍ତି । ତାଙ୍କର ମୋଟ୍‌ ୧୪. ୩ ବିଲିଅନ ସମ୍ପତ୍ତି ରହିଛି । ସେ ଭାରତ ଦଶ ଧନୀ ବ୍ୟକ୍ତି ।