ମନ୍ଦିର ଭଙ୍ଗା ଘଟଣାରେ ‘ଆକ୍ରୋଶ ରାଲି’ କଲେ ବିଜେପି ଓ ହିନ୍ଦୁ ପରିଷଦ
ଅଲୱାର୍: ଏପ୍ରିଲ ୨୭: ରାଜଗଡ଼ରେ ଜବରଦଖଲ ନିରୋଧୀ ଅଭିଯାନ ସମୟରେ ୩ଟି ପୁରୁଣା ମନ୍ଦିର ଓ ଦୋକାନ ଭଙ୍ଗା ବିରୋଧରେ ଆଜି ଭାରିତୀୟ ଜନତା ଦଳ ବା ବିଜେପି ଏବଂ ହିନ୍ଦୁ ପରିଷଦ ସହିତ ଅନ୍ୟ ହିନ୍ଦୁ ସଙ୍ଗଠନମାନେ ମିଳିତ ଭାବେ ‘ଆକ୍ରୋଶ ରାଲି’ ପ୍ରଦର୍ଶନ କରିଛନ୍ତି । ଗତ ସପ୍ତାହରେ ରାଜସ୍ଥାନର ଅଲୱାର୍ ଜିଲ୍ଲାରେ ୩ଟି ମନ୍ଦିର ଓ ୮୬ଟି ଦୋକାନ ଭାଙ୍ଗି ଦିଆଯାଇଥିଲା । ସେହି ମନ୍ଦିର ମଧ୍ୟରୁ ୩୦୦ ବର୍ଷର ପୁରୁଣା ଭଗବାନ […]
ଅଲୱାର୍: ଏପ୍ରିଲ ୨୭: ରାଜଗଡ଼ରେ ଜବରଦଖଲ ନିରୋଧୀ ଅଭିଯାନ ସମୟରେ ୩ଟି ପୁରୁଣା ମନ୍ଦିର ଓ ଦୋକାନ ଭଙ୍ଗା ବିରୋଧରେ ଆଜି ଭାରିତୀୟ ଜନତା ଦଳ ବା ବିଜେପି ଏବଂ ହିନ୍ଦୁ ପରିଷଦ ସହିତ ଅନ୍ୟ ହିନ୍ଦୁ ସଙ୍ଗଠନମାନେ ମିଳିତ ଭାବେ ‘ଆକ୍ରୋଶ ରାଲି’ ପ୍ରଦର୍ଶନ କରିଛନ୍ତି ।

ଗତ ସପ୍ତାହରେ ରାଜସ୍ଥାନର ଅଲୱାର୍ ଜିଲ୍ଲାରେ ୩ଟି ମନ୍ଦିର ଓ ୮୬ଟି ଦୋକାନ ଭାଙ୍ଗି ଦିଆଯାଇଥିଲା । ସେହି ମନ୍ଦିର ମଧ୍ୟରୁ ୩୦୦ ବର୍ଷର ପୁରୁଣା ଭଗବାନ ଶିବଙ୍କ ମନ୍ଦିର ମଧ୍ୟ ରହିଥିଲା । ରାଜଗଡ଼ ସହରର ରାସ୍ତା ଚଉଡ଼ା କରିବା ଲାଗି ଏହି ଜବରଦଖଲ ନିରୋଧୀ ଅଭିଯାନ ଚାଲିଛି । ତେବେ ସେହି ଧ୍ୱଂସ ପୁରୁଣା ମନ୍ଦିର ସ୍ଥାନରେ ପୁଣି ନୂଆ ମନ୍ଦିରକୁ ପୁନଃ ନିର୍ମାଣ ସ୍ଥାପନା କରାଯାଉ ବୋଲି ପ୍ରତିବାଦକାରୀମାନେ ଦାବି କରୁଛନ୍ତି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସରକାରୀ କର୍ତ୍ତୃପକ୍ଷମାନେ ଉକ୍ତ ମନ୍ଦିରରୁ ପ୍ରତିମାଟିକୁ ବାହାର କରାଇ ଦେଲେ ନାହିଁ । ଘଟଣାସ୍ଥଳରେ ପ୍ରତିମା ଖଣ୍ଡବିଖଣ୍ଡ ହୋଇ ଯାଇଥିଲା ।
ଉକ୍ତ ରାଲି ‘ସହିଦ ସ୍ମାରକ’ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ଅଲୱାର ସାଂସଦ ବଳାକନାଥ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ସେଥିରେ ଯୋଗ ଦେଇଥିଲେ । ଏଥିସହିତ ପ୍ରତିବାଦକାରୀମାନେ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିଥିଲେ । ସେମାନଙ୍କୁ ପୋଲିସ ଅଟକାଇ ବାରିକେଡ୍ ବସାଇଛି ।




