ଉତ୍ତର ପ୍ରଦେଶରେ ଅଲ୍‌ କାଏଦା ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍) ଜଣେ ଅଲ୍‌ କାଏଦା ଆତଙ୍କବାଦୀ (ଏକ୍ୟୁଆଇଏସ୍) ବିଲାଲ ଖାନ୍‌କୁ ଗିରଫ କରିଛି। ଭାରତ ବିରୋଧରେ ହିଂସାତ୍ମକ ଜିହାଦ କରିବାକୁ ସେ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଜଣାପଡ଼ିଛି। ବିଲାଲ ଖାନ୍‌କୁ ସେପ୍ଟେମ୍ବରରେ ସାହରନପୁରରୁ ଗିରଫ କରାଯାଇଥିଲା। ପାକିସ୍ତାନର ୪,୦୦୦ ଫୋନ ନମ୍ବର ସହିତ ତା’ର ସମ୍ପର୍କ ରହିଛି ବୋଲି ‌ଜେରାବେଳେ ଜଣାପଡ଼ିଛି। ବିଲାଲ ପାକିସ୍ତାନ ହ୍ୟାଣ୍ଡେଲରଙ୍କୁ ନିର୍ଦ୍ଦେଶ ନେଉଥିବା ଏବଂ ଭାରତରେ ତାହା କାର୍ଯ୍ୟକାରୀ କରୁଥିବା […]

ଉତ୍ତର ପ୍ରଦେଶରେ ଅଲ୍‌ କାଏଦା ଆତଙ୍କବାଦୀ ଗିରଫ
Samaya Live Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍) ଜଣେ ଅଲ୍‌ କାଏଦା ଆତଙ୍କବାଦୀ (ଏକ୍ୟୁଆଇଏସ୍) ବିଲାଲ ଖାନ୍‌କୁ ଗିରଫ କରିଛି। ଭାରତ ବିରୋଧରେ ହିଂସାତ୍ମକ ଜିହାଦ କରିବାକୁ ସେ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଜଣାପଡ଼ିଛି। ବିଲାଲ ଖାନ୍‌କୁ ସେପ୍ଟେମ୍ବରରେ ସାହରନପୁରରୁ ଗିରଫ କରାଯାଇଥିଲା। ପାକିସ୍ତାନର ୪,୦୦୦ ଫୋନ ନମ୍ବର ସହିତ ତା’ର ସମ୍ପର୍କ ରହିଛି ବୋଲି ‌ଜେରାବେଳେ ଜଣାପଡ଼ିଛି। ବିଲାଲ ପାକିସ୍ତାନ ହ୍ୟାଣ୍ଡେଲରଙ୍କୁ ନିର୍ଦ୍ଦେଶ ନେଉଥିବା ଏବଂ ଭାରତରେ ତାହା କାର୍ଯ୍ୟକାରୀ କରୁଥିବା ସ୍ବୀକାର କରିଛି। ବିଲାଲ ଖାନ୍‌ ଭାରତର ପ୍ରଥମ ଏକ୍ୟୁଆଇଏସ୍‌ ମୁଖ୍ୟ ଅସିମ୍‌ ଉମାର ସମ୍ଭାଲି ଦ୍ବାରା ଗଭୀର ଭାବେ ପ୍ରଭାବିତ ଥିବା ତଦନ୍ତ ବେଳେ ଜଣାପଡ଼ିଛି। ସେ ଉତ୍ତର ପ୍ରଦେଶ ସମ୍ବଲର ବାସିନ୍ଦା ହୋଇଥିବାବେଳେ ତାକୁ ଅଲ୍‌-କାଏଦା ପ୍ରତିଷ୍ଠାତା ଓସାମା ବିନ୍‌ ଲାଡେନ ଏବଂ ଆୟମାନ ଅଲ ଜୱାହିରି ନିଯୁକ୍ତି ଦେଇଥିଲେ। ଭାରତ ବିରୋଧରେ ପ୍ରଚାର ପାଇଁ ବିଲାଲ ଅନଲାଇନ ନେଟୱର୍କ ବୃଦ୍ଧି କରୁଥିଲା।

Tags: