ଇସ୍ରାଏଲ ବଡ ଏୟାରଷ୍ଟ୍ରାଇକ୍, ନିହତ ହେଲେ ହିଜବୁଲ ମୁଖପାତ୍ର

ବେରୁଟ: ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ୍। ଇସ୍ରାଏଲର ବିମାନ ଆକ୍ରମଣରେ ହିଜବୁଲ ସଙ୍ଗଠନର ମୁଖ୍ୟ ମୁଖପାତ୍ର ମହମ୍ମଦ ଅଫିଫଙ୍କର ନିହତ ହୋଇଛି। ହିଜବୁଲର ଜନୈକ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣ ୧୭ ନଭେମ୍ବର ରବିବାର ରାଜଧାନୀ ବେରୁଟର କେନ୍ଦ୍ରାଞ୍ଚଳ ରାସ ଅଲ-ନବା’ଆ ରେ ହୋଇଛି। ତେବେ ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଞ୍ଚଳ ଖାଲି କରିବା ପାଇଁ କୌଣସି ଘୋଷଣା କରିନଥିଲା। ମହମ୍ମଦ ଆଫିଫ ହିଜବୁଲର ପ୍ରମୁଖ ମୁଖପାତ୍ରଙ୍କ ମଧ୍ୟରେ […]

Samaya Live Picture
Published On

ବେରୁଟ: ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ୍। ଇସ୍ରାଏଲର ବିମାନ ଆକ୍ରମଣରେ ହିଜବୁଲ ସଙ୍ଗଠନର ମୁଖ୍ୟ ମୁଖପାତ୍ର ମହମ୍ମଦ ଅଫିଫଙ୍କର ନିହତ ହୋଇଛି। ହିଜବୁଲର ଜନୈକ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣ ୧୭ ନଭେମ୍ବର ରବିବାର ରାଜଧାନୀ ବେରୁଟର କେନ୍ଦ୍ରାଞ୍ଚଳ ରାସ ଅଲ-ନବା’ଆ ରେ ହୋଇଛି। ତେବେ ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଞ୍ଚଳ ଖାଲି କରିବା ପାଇଁ କୌଣସି ଘୋଷଣା କରିନଥିଲା। ମହମ୍ମଦ ଆଫିଫ ହିଜବୁଲର ପ୍ରମୁଖ ମୁଖପାତ୍ରଙ୍କ ମଧ୍ୟରେ ଜଣେ ଥିଲା।

ତେବେ ଆଫିଫ ଗତ ସେପ୍ଟେମ୍ବର ମାସରୁ ସଙ୍ଗଠନ ପାଇଁ ସକ୍ରିୟ ରୂପେ କାମ କରୁଥିଲା। ଏହା ଛଡା ହିଜବୁଲ ନେତା ହସନ ନସରଲ୍ଲାହର ମୃତ୍ୟୁ ପରେ ଅଫିଫ ଉପରେ ସଙ୍ଗଠନର ଗୁରୁଦାୟିତ୍ୱ ନ୍ୟସ୍ତ ଥିଲା। ଆଫିଫ ନିଜ ଭାଷଣ ଓ ସାର୍ବଜନିକ ଉପସ୍ଥିତିରେ ଲେବାନନରେ ହିଜବୁଲ୍ଲାର ସ୍ଥିତିକୁ ଅଧିକ ମଜଭୁତ କରିଥିଲା। ଏହା ପୂର୍ବରୁ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘରୋଇ ଆବାସ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଇସ୍ରାଏଲ ଏହାକୁ ହିଜବୁଲର କାରନାମା ବୋଲି ସନ୍ଦେହ କରୁଛି।

Tags: