ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଲାଣି ଅତି ସାଂଘାତିକ

ନୂଆଦିଲ୍ଲୀ : ରାଜଧାନୀ ନୂଆ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାନ ଅତି ସାଙ୍ଘାତିକ ହେଲାଣି । ବିଶେଷକରି ଦୀପାବଳି ପରଠାରୁ ଦିଲ୍ଲୀର ଆଖ ପାଖ ଅଞ୍ଚଳରେ ବାୟୁର ମାନ ଅତି ଖରାପ ଅବସ୍ଥାରେ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍‌ ସ୍ଥିତିକୁ ଚାଲିଯିବ ଏବଂ ଏହା ଅତି ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଶୁକ୍ରବାର ଅପରାହ୍ନ ୪ଟାରେ ଦିଲ୍ଲୀର ଆନନ୍ଦ ବିହାରରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୪୫୫ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜଧାନୀ ନୂଆ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାନ ଅତି ସାଙ୍ଘାତିକ ହେଲାଣି । ବିଶେଷକରି ଦୀପାବଳି ପରଠାରୁ ଦିଲ୍ଲୀର ଆଖ ପାଖ ଅଞ୍ଚଳରେ ବାୟୁର ମାନ ଅତି ଖରାପ ଅବସ୍ଥାରେ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍‌ ସ୍ଥିତିକୁ ଚାଲିଯିବ ଏବଂ ଏହା ଅତି ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଶୁକ୍ରବାର ଅପରାହ୍ନ ୪ଟାରେ ଦିଲ୍ଲୀର ଆନନ୍ଦ ବିହାରରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୪୫୫ ଥିଲା। ଏହା ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ରହିଥିଲା ।

ସନ୍ଧ୍ୟା ୫ଟାରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୫୭ ଥିଲା। ସେହିପରି ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ ୩୯୦ ରହିଥିଲା । ଏହା ଛଡ଼ା ଦିଲ୍ଲୀର ଆନନ୍ଦ ବିହାର ସମେତ ୧୬ଟି ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍‌ କରିଛି । କେନ୍ଦ୍ରୀୟ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଶାଦିପୁରରେ ୪୩୫, ଦ୍ୱାରକା ଏନଏସଆଇଟିରେ ୪୨୮, ଡିଟିୟୁରେ ୪୨୧, ପଞ୍ଜାବୀବାଗରେ ୪୧୮, ନେହେରୁ ନଗରରେ ୪୦୪, ପଟପଡ଼ଗଞ୍ଜରେ ୪୦୧, ଅଶୋକ ବିହାରରେ ୪୨୨, ସୋନିଆ ବିହାରରେ ୪୧୨, ଜାହାଙ୍ଗିରପୁରରେ ୪୩୦, ରୋହିଣୀରେ ୪୦୯, ବିବେକ ବିହାରରେ ୪୩୦, ନରେଲାରେ ୪୨୬, ବଜିୟପୁରରେ ୪୩୦, ବଓ୍ୱାନା​‌ରେ ୪୧୬ ଓ ମୁଣ୍ଡକାରେ ଏକ୍ୟୁଆଇ ୪୧୨ ଥିବା ସୂଚନା ଦିଆଯାଇଛି । ୩୪ଟି ଭାରତୀୟ ସହରରେ ବାୟୁର ମାନ ଅତି ଖରାପ୍‌ ଶ୍ରେଣୀ ରେ ରହିଛି। ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ୭ ବର୍ଷରେ ସବୁଠାରୁ କମ୍‌ ଥିଲା। କିନ୍ତୁ ଅକ୍ଟୋବର ୨୪ ପରଠାରୁ ଦିଲ୍ଲୀରେ ଏକ୍ୟୁଆଇ ଅତି ଖରାପ୍‌ ସ୍ତରକୁ ଚାଲିଯାଇଛି। ଜାନୁଆରି ପରେ ଦିଲ୍ଲୀରେ ଆଜି ସର୍ବାଧିକ ପ୍ରଦୂଷଣ ରେକର୍ଡ କରାଯାଇଛି।