ଇରାନ ଏୟାର ସ୍ପେସ ବନ୍ଦ ଯୋଗୁଁ ମାର୍ଗଦର୍ଶିକା ଜାରି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ଭାରତୀୟ ଦୂତାବାସ କହିଛି ଯେ “ବର୍ତ୍ତମାନର ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସମସ୍ତ ଭାରତୀୟ ନାଗରିକ ସତର୍କ ରହିବା ଉଚିତ। ଇସ୍ରାଏଲୀ ଅଥରିଟି ଏବଂ ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ’ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ।” ସେପଟେ ଇରାନ ଏୟାରସ୍ପେଶ୍ ବନ୍ଦ […]

ଇରାନ ଏୟାର ସ୍ପେସ ବନ୍ଦ ଯୋଗୁଁ ମାର୍ଗଦର୍ଶିକା ଜାରି କଲା ଏୟାର ଇଣ୍ଡିଆ
Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ଭାରତୀୟ ଦୂତାବାସ କହିଛି ଯେ “ବର୍ତ୍ତମାନର ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସମସ୍ତ ଭାରତୀୟ ନାଗରିକ ସତର୍କ ରହିବା ଉଚିତ। ଇସ୍ରାଏଲୀ ଅଥରିଟି ଏବଂ ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ’ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ।”

ସେପଟେ ଇରାନ ଏୟାରସ୍ପେଶ୍ ବନ୍ଦ ଯୋଗୁଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାଧିକ ବିମାନର ଗତିପଥ ବଦଳାଇଲା ଏୟାର ଇଣ୍ଡିଆ । ପ୍ରଭାବିତ ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇ, ଲଣ୍ଡନ, ନ୍ୟୁୟର୍କ, ଶାରଜା, ଦିଲ୍ଲୀ, ଫ୍ରାଙ୍କଫର୍ଟ, ଚିକାଗୋ, ୱାଶିଂଟନ ଏବଂ ଟୋରଣ୍ଟୋ ଭଳି ପ୍ରମୁଖ ସ୍ଥାନ ଅନ୍ତର୍ଭୁକ୍ତ। ଆଉ କିଛି ବିମାନକୁ ଫେରିଆସିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଅପ୍ରତ୍ୟାଶିତ ବାଧା ଯୋଗୁଁ ହୋଇଥିବା ଅସୁବିଧା ପାଇଁ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି। ଏୟାର ଇଣ୍ଡିଆ ଏହି ଅସୁବିଧାକୁ କମ କରିବାକୁ କଠିନ ପରିଶ୍ରମ କରୁଛି । ଯାତ୍ରୀମାନଙ୍କ ପାଇଁ ରହିବା ବ୍ୟବସ୍ଥା, ଟଙ୍କା ରିଫଣ୍ଡ କିମ୍ବା ମାଗଣା ପୁନଃନିର୍ଦ୍ଧାରିତ କରିବା ଏବଂ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବ ବୋଲି ଏୟାର ଇଣ୍ଡିଆ କହିଛି। ଏହା ସହ ଏୟାର ଇଣ୍ଡିଆର, ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଏୟାର ଇଣ୍ଡିଆ କହିଛି ।

ଉତ୍ତେଜନା ହ୍ରାସ ପାଇଁ ହିଂସା ପଥ ଛାଡ଼ି କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ଲାଗି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି। ଇସ୍ରାଏଲ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ଇରାନ ପାଲଟା ଜବାବ ଦେଇଛି। ଭାରତ ଉଭୟ ଦେଶକୁ ଆକ୍ରମଣ ପ୍ରତିଆକ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନା ଉପରେ ଭାରତ ନଜର ରଖିଛି। ଇସ୍ରାଏଲ ପକ୍ଷରୁ ଇରାନର ଆଣବିକ ଗବେଷଣା ଅଞ୍ଚଳ ଉପରେ ଆକ୍ରମଣ କରାଯାଇଛି। ଉତ୍ତେଜନା ଯୁଦ୍ଧ ପରିସ୍ଥିତିକୁ ଅଗ୍ରସର ନ ହେବା ଲାଗି ପଦକ୍ଷେପ ନେବା ପାଇଁ ଭାରତ ଦୁଇ ଦେଶକୁ କହିଛି।

Tags: