ଅବତରଣ ବେଳେ ରନୱେରୁ ବାହାରି ଗଲା ଏୟାର ଇଣ୍ଡିଆ ବିମାନ,ଯାତ୍ରୀ ସୁରକ୍ଷିତ
ମୁମ୍ବାଇ : ଏୟାର ଇଣ୍ଡିଆର ପିଛା ଛାଡୁନାହିଁ ବିବାଦ । ମୁମ୍ବାଇ ଏୟାରପୋର୍ଟରେ ଅବତରଣ ବେଳେ ଭାରସାମ୍ୟ ହରାଇ ରନୱେରୁ ବାହାରି ଗଲା ବିମାନ । ଫଳରେ ବିମାନର ୩ ଟି ଟାୟାର ଫାଟିଯାଇଥିବା ଦେଖାଯାଇଛି । ତେବେ କୌଣସି ବଡ଼ ଅଘଟଣ ପୂର୍ବରୁ ବିମାନଟିକୁ ରୋକି ଦେଇଥିଲେ ପାଇଲଟ । ଏଥିରେ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଥିବା ସୂଚନା ମିଳିଛି । ପାଣିପାଗ ଖରାପ ଥିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ […]
ମୁମ୍ବାଇ : ଏୟାର ଇଣ୍ଡିଆର ପିଛା ଛାଡୁନାହିଁ ବିବାଦ । ମୁମ୍ବାଇ ଏୟାରପୋର୍ଟରେ ଅବତରଣ ବେଳେ ଭାରସାମ୍ୟ ହରାଇ ରନୱେରୁ ବାହାରି ଗଲା ବିମାନ । ଫଳରେ ବିମାନର ୩ ଟି ଟାୟାର ଫାଟିଯାଇଥିବା ଦେଖାଯାଇଛି । ତେବେ କୌଣସି ବଡ଼ ଅଘଟଣ ପୂର୍ବରୁ ବିମାନଟିକୁ ରୋକି ଦେଇଥିଲେ ପାଇଲଟ । ଏଥିରେ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଥିବା ସୂଚନା ମିଳିଛି । ପାଣିପାଗ ଖରାପ ଥିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣା ପଡିଛି । ତେବେ ବିମାନର ଇଞ୍ଜିନରେ କ୍ଷତି ଘଟିଥିବା ଆଶଙ୍କା କରାଯାଉଛି ।
ସୂଚନାନୁସାରେ,ଆଜି ସକାଳ ପ୍ରାୟ ୯.୨୭ ମିନିଟରେ.ବିମାନ AI-2744, ଏକ ଏୟାରବସ୍ A320 (VT-TYA) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ୨୭ ରେ ଅବତରଣ କରିଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ନ ଅଟକି ଆଗକୁ ଚାଲିଯାଇଥିଲା । ହେଲେ କିଛି ଅଘଟଣ ହେବା ଆଗରୁ ବିମାନକୁ ସଠିକ୍ ସମୟରେ ରୋକିପାରିଥିଲେ ପାଇଲଟ । ଏହାପରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଭାବରେ ଓହ୍ଲାଇଥିଲେ ।
ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, “୨୧ ଜୁଲାଇ ୨୦୨୫ରେ କୋଚିରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ AI2744, ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଫଳରେ ବିମାନଟି ଅବତରଣ କରିବା ସମୟରେ ରନୱେରୁ ଆଗକୁ ଚାଲିଯାଇଥିଲା । ଏହି ଘଟଣା କାରଣରୁ ବିମାନରେ କିଛି ସମୟ ଗତିବିଧି ବଢି ଯାଇଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ତରଫରୁ ଏମରଜେନ୍ସି ରେସପନ୍ସ ଟିମକୁ ମଧ୍ୟ ଡକାଯାଇଥିଲା । ଏହାପରେ ବିମାନଟି ସୁରକ୍ଷିତ ଭାବରେ ଗେଟ୍ ପାଖରେ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସେଠାରୁ ଓହ୍ଲାଇଥିଲେ । ଯାଞ୍ଚ ପାଇଁ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି ।




