ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା ଘଟଣା,ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଗତ ନଭେମ୍ବର ମାସ ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ହୋଇଛି ଏହା ସହିତ ପାଇଲଟ ଇନ୍ କମାଣ୍ଡଙ୍କ ଲାଇସେନ୍ସ ମଧ୍ୟ ୩ମାସ ପାଇଁ ରଦ୍ଦ କରାଯାଇଛି । ପାଇଲଟଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ବିମାନ ନିୟମ ୧୯୭୩ର ଧାରା ୧୪୧ ଅନୁସାରେ କରାଯାଇଛି । ଏହି ନିୟମ ମୁତାବକ ପାଇଲଟ ଜଣଙ୍କ ନିଜ […]

Samaya Live Picture
Published On

ନୂଆଦିଲ୍ଲୀ : ଗତ ନଭେମ୍ବର ମାସ ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ହୋଇଛି ଏହା ସହିତ ପାଇଲଟ ଇନ୍ କମାଣ୍ଡଙ୍କ ଲାଇସେନ୍ସ ମଧ୍ୟ ୩ମାସ ପାଇଁ ରଦ୍ଦ କରାଯାଇଛି । ପାଇଲଟଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ବିମାନ ନିୟମ ୧୯୭୩ର ଧାରା ୧୪୧ ଅନୁସାରେ କରାଯାଇଛି । ଏହି ନିୟମ ମୁତାବକ ପାଇଲଟ ଜଣଙ୍କ ନିଜ କାର୍ଯ୍ୟରେ ଅବହେଳା କରିଛନ୍ତି । ସେପଟେ ଏୟାର ଇଣ୍ଡିଆର ଉଡାଣ ସେବା ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ୩ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ ନିୟମ ଉଲଙ୍ଘନ କରାଯାଇଥିବା ନେଇ ‘ଦି ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି I

ସରକାରଙ୍କ ଅନୁମୋଦିତ ନିୟମାବଳୀ ପାଳନ କରିବାରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଏୟାର୍‌ ଇଣ୍ଡିଆର ‘ଡାଇରେକ୍ଟର୍‌-ଇନ୍‌-ଫ୍ଲାଇଟ୍‌ ସର୍ଭିସେସ୍‌’ର ଆକାଉଣ୍ଟେବଲ୍‌ ମ୍ୟାନେଜର୍‌, ସମସ୍ତ ପାଇଲଟ୍‌ ଏବଂ କେବିନ୍‌ କୃ ’ ମେମ୍ବର୍‌ମାନଙ୍କୁ ‘ଡିଜିସିଏ’ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ସୂଚନାନୁସାରେ,ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ‘ଏୟାର୍‌ ଇଣ୍ଡିଆ’ ବିମାନ ‘ଏଆଇ ୧୦୨’ ଉପରୋକ୍ତ ଘଟଣାଟି ଘଟିଥିଲା। ମଧ୍ୟାହ୍ନ ଭୋଜନ ଶେଷରେ ବିମାନର ଲାଇଟ୍‌ ସବୁ ଲିଭାଇ ଦିଆଯିବା ପରେ ନିଶାସକ୍ତ ବ୍ୟକ୍ତିଜଣକ ଉକ୍ତ ବିମାନର ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଯାଉଥିବା ଜଣେ ୭୨ ବର୍ଷୀୟ ବୃଦ୍ଧାଙ୍କ ସିଟ୍‌ ନିକଟକୁ ଯାଇ ପ୍ୟାଣ୍ଟ୍‌ ଜିପର୍‌ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ।

ଏହି ମାମଲାରେ ମହିଳା ଜଣଙ୍କ ଏୟାର ଇଣ୍ଡିଆ ଉପରେ ସଂପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ମାମଲାକୁ ଆପୋଷ ସମାଧାନ କରିବା ଭଳି ଅଭିଯୋଗ ଆଣିଥିଲେ । ଯାତ୍ରା ସମୟରେ ନିଶାସକ୍ତ ଥିବାରୁ ଶଙ୍କର ଭୁଲ୍‌ରେ ଏପରି କରିଥିବା ତାଙ୍କ ଓକିଲ ପୂର୍ବରୁ କହିଥିଲେ। ଘଟଣା ପରେ ଉଭୟ ଯାତ୍ରୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ବୁଝାମଣା ଅନୁଯାୟୀ ଶଙ୍କରଙ୍କୁ ମହିଳା ସହଯାତ୍ରୀ ଜଣଙ୍କ କ୍ଷମା କରି ଦେଇଥିଲେ। ଏହା ସହିତ ଶଙ୍କର ତାଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ଦେଇଥିଲେ। ନିଜ ପେଟିୟେମ୍ ଆକାଉଣ୍ଟରୁ ମହିଳାଙ୍କୁ ଅର୍ଥ ଦେଇଥିଲେ। ବୁଝାମଣାର ପ୍ରମାଣ ସ୍ବରୂପ ଉଭୟଙ୍କ ହ୍ବାଟ୍ସଆପ୍ ବାର୍ତ୍ତାଳପ ରହିଥିବା ଓକିଲ କହିଥିଲେ। ଏହା ସହିତ ମହିଳା ଯାତ୍ରୀଙ୍କ ଡ୍ରେସ ଓ ବ୍ୟାଗ ଆଦିକୁ ସଫା କରି ନଭେମ୍ବର ୩୦ ତାରିଖରେ ତାଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ମହିଳା ଯାତ୍ରୀ ଜଣଙ୍କ କ୍ଷତିପୂରଣ ଅର୍ଥ ଫେରସ୍ତ କରିବା ସହିତ ଏୟାର ଇଣ୍ଡିଆର ମାଲିକ ତଥା ଟାଟାଗ୍ରୁପ୍ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପଟେ ଘଟଣା ଜଣାପଡିବାପରେ ଶଙ୍କରଙ୍କୁ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ମାମଲାରେ ଏୟାର ଇଣ୍ଡିଆ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସନ୍ତା ୪ ମାସ ପର୍ଯ୍ୟନ୍ତ ଶଙ୍କର ଏୟାର ଇଣ୍ଡିଆର କୌଣସି ବିମାନରେ ଯାତ୍ରା କରିପାରିବେ ନାହିଁ ବୋଲି ଜଣାପଡ଼ିଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହି​‌ ନିର୍ଦେଶାନାମା ଜାରି କରିଥିବା ବେଳେ ଅନ୍ୟ ବିମାନ କମ୍ପାନୀମାନେ ସମାନ ପ୍ରକାର ନୀତି ଗ୍ରହଣ କରିବେ ବୋଲି ଡିଜିସିଏ ତରଫରୁ ଆଶାବ୍ୟକ୍ତ କରାଯାଇଛି।