ମଧ୍ୟପ୍ରଦେଶରେ ବାୟୁସେନାର ୨ ବିମାନ ଦୁର୍ଘଟଣା
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୨ଟି ଲଢୁଆ ବିମାନ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ସକାଳେ ମଧ୍ୟପ୍ରଦେଶର ମୋରେନା ନିକଟରେ ଏକ ସୁଖୋଇ -30 ଏବଂ ମିରାଜ 2000 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇଟି ଯାକ ବିମାନ ଗ୍ବାଲିୟର ଏୟାର ବେସରୁ ଉଡାଣ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେଠାରେ ଏହି ବିମାନ ଦୁଇଟି ଅଭ୍ୟାସ କରୁଥିଲେ। ସୁ -30 […]
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୨ଟି ଲଢୁଆ ବିମାନ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ସକାଳେ ମଧ୍ୟପ୍ରଦେଶର ମୋରେନା ନିକଟରେ ଏକ ସୁଖୋଇ -30 ଏବଂ ମିରାଜ 2000 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇଟି ଯାକ ବିମାନ ଗ୍ବାଲିୟର ଏୟାର ବେସରୁ ଉଡାଣ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେଠାରେ ଏହି ବିମାନ ଦୁଇଟି ଅଭ୍ୟାସ କରୁଥିଲେ। ସୁ -30 ର ୨ ଜଣ ପାଇଲଟ୍ ଥିବାବେଳେ ମିରାଜ୍ 2000 ରେ ଜଣେ ପାଇଲଟ ରହିଥିଲେ I ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ଗ୍ଵାଲିୟର ଏୟାରବେସରୁ ଏହି ଦୁଇ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିଲେ।
#WATCH | Wreckage seen. A Sukhoi-30 and Mirage 2000 aircraft crashed near Morena, Madhya Pradesh. Search and rescue operations launched. The two aircraft had taken off from the Gwalior air base where an exercise was going on. pic.twitter.com/xqCJ2autOe
— ANI (@ANI) January 28, 2023
ମୋରେନାର ଏସପି ଆଶୁତୋଷ ବାଗରୀ ସୂଚନା ଦେଇ କହିଛନ୍ତି ଯେ, ଜେଟ୍ ବିମାନ ସକାଳ ସାଢ଼େ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଭାଗ୍ୟବଶତଃ ୨ ପାଇଲଟ୍ ସୁରକ୍ଷିତ ଭାବେ ସେଥିରୁ ବାହାରି ଆସିଥିଲେ ।ଆକାଶମାର୍ଗରେ ଦୁଇଟି ଯାକ ବିମାନ ପରସ୍ପରକୁ ଧକ୍କା ଦେଇଥିବା କୁହାଯାଉଛି । ଅଚାନକ ମିରାଜ୍ ୨୦୦୦ ବିମାନରେ ନିଆଁ ଲାଗିଯାଇଥିଲା। ମୋରେନାର ପହାହଡଗଡ ଜଙ୍ଗଲରେ ମିରାଜ୍ ବିମାନଟି ଖସି ପଡିଥିଲା। ଭାରତୀୟ ବାୟୁସେନା ଘଟଣାର କୋର୍ଟ ଅଫ ଇନକ୍ବାରୀ ଆଦେଶ ଦେଇଛି।




