ଥମୁନି ଅଗ୍ନିପଥ ଯୋଜନା ହିଂସା

ନୂଆଦିଲ୍ଲୀ: ଜୁନ ୧୭: କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହିଂସାକାଣ୍ଡ ଘଟାଉଛନ୍ତି ବିକ୍ଷୋଭକାରୀ । ବିହାରରେ ହିଂସା ବେକାବୁ ହୋଇଛି । ଟ୍ରେନ୍‌ ପୋଡ଼ି ବସ୍‌ ପୋଡ଼ି ଜାରି ରହିଛି । ବିହାର ମେଧାପୁରାରେ ଦୁଇଟି ବିଜେପି ଅଫିସକୁ ବିକ୍ଷୋଭକାରୀମାନେ ପୋଡ଼ି ଦେଇଛନ୍ତି । ଗୁରୁବାର ନୱାଦାରେ ଥିବା ବିଜେପି ଅଫିସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ବିକ୍ଷୋଭାକାରୀ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି । ୪ ବର୍ଷ ଚାକିରି କରି ଅବସର […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ ୧୭: କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହିଂସାକାଣ୍ଡ ଘଟାଉଛନ୍ତି ବିକ୍ଷୋଭକାରୀ । ବିହାରରେ ହିଂସା ବେକାବୁ ହୋଇଛି । ଟ୍ରେନ୍‌ ପୋଡ଼ି ବସ୍‌ ପୋଡ଼ି ଜାରି ରହିଛି । ବିହାର ମେଧାପୁରାରେ ଦୁଇଟି ବିଜେପି ଅଫିସକୁ ବିକ୍ଷୋଭକାରୀମାନେ ପୋଡ଼ି ଦେଇଛନ୍ତି । ଗୁରୁବାର ନୱାଦାରେ ଥିବା ବିଜେପି ଅଫିସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ବିକ୍ଷୋଭାକାରୀ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି । ୪ ବର୍ଷ ଚାକିରି କରି ଅବସର ନେବା ପରେ ତାଙ୍କ ଭବିଷ୍ୟତ କଣ ହେବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । କେନ୍ଦ୍ର ସରକାର ଭବିଷ୍ୟତ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ବିକ୍ଷୋଭକାରୀମାନଙ୍କୁ ସନ୍ତୋଷ ଦେଇପାରି ନାହିଁ । ବିହାରରେ ଭାଙ୍ଗାରୁଜା ପାଇଁ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬୫୦ ଜଣ ଅଜଣା ଲୋକଙ୍କ ନାଁରେ ମାମଲା ହୋଇଛି । ବିକ୍ଷୋଭକାରୀମାନେ ବିହାର କୁହ୍ଲାରିଆ ରେଳ ଷ୍ଟେସନ, ବିହିଆ ରେଳଷ୍ଟେସନ, ସମସ୍ତିପୁର ଷ୍ଟେସନ ଓ ବେଗୁସରାଇ ରେଳ ଷ୍ଟେସନକୁ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ।