‘ଅଗ୍ନିପଥ’କୁ ନେଇ ନୂଆ ବିବାଦ: ‘ଅଗ୍ନିବୀର’ ଆଳରେ ‘ଜାତିବୀର’ ସୃଷ୍ଟି

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ପୁଣି ବିବାଦ ଦେଖାଦେଇଛି । ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଶାୟୀ ଯୁବକଙ୍କ ଜାତିଗତ ଓ ଧର୍ମଭିତ୍ତିକ ପ୍ରମାଣପତ୍ର ମାଗୁଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳଗୁଡିକ ଏହାକୁ ସମାଲୋଚନା କରି କହିଛନ୍ତି ଯେ ବିଜେପି ଜାତିବୀର ସୃଷ୍ଟି କରିବାକୁ ଅଗ୍ନିବୀର ଯୋଜନା ଆରମ୍ଭ କରିଛି । ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ କୁହାଯାଇଛି ଯେ ଅଗ୍ନିବୀର ନାମରେ ଜାତିବୀର ସୃଷ୍ଟି କରାଯାଉଛି । ଆର୍‌ଜେଡି ପକ୍ଷରୁ […]

Samaya Live Picture
Published On

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ପୁଣି ବିବାଦ ଦେଖାଦେଇଛି । ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଶାୟୀ ଯୁବକଙ୍କ ଜାତିଗତ ଓ ଧର୍ମଭିତ୍ତିକ ପ୍ରମାଣପତ୍ର ମାଗୁଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳଗୁଡିକ ଏହାକୁ ସମାଲୋଚନା କରି କହିଛନ୍ତି ଯେ ବିଜେପି ଜାତିବୀର ସୃଷ୍ଟି କରିବାକୁ ଅଗ୍ନିବୀର ଯୋଜନା ଆରମ୍ଭ କରିଛି ।

ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ କୁହାଯାଇଛି ଯେ ଅଗ୍ନିବୀର ନାମରେ ଜାତିବୀର ସୃଷ୍ଟି କରାଯାଉଛି । ଆର୍‌ଜେଡି ପକ୍ଷରୁ କୁହାଯାଇଛି ଯେ ଆର୍‌ଏସ୍‌ଏସ୍‌ ଅଗ୍ନିବୀର ଯୋଜନାରେ ଏହି ଜାତିବାଦକୁ ଭର୍ତ୍ତି କରିଛି । ତେବେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି ଯେ ୨୦୧୩ରେ ଭାରତୀୟ ସେନା ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ସେଥିରେ ଉଲ୍ଲେଖ ଥିଲା ଯେ ମନୋନୟନ ସମୟରେ ଜାତିର କୌଣସି ଭୂମିକା ରହିବ ନାହିଁ । ତେବେ ନିଯୁକ୍ତି ପ୍ରକ୍ରିୟାରେ ଜାତି ସମ୍ପର୍କରେ ଉଲ୍ଲେଖ କରିବା ପାଇଁ ଏକ କଲମ୍‌ ରହିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ କୌଣସି ପରିବର୍ତ୍ତନ ହୋଇନାହିଁ । ଯାହା ପୂର୍ବରୁ ଥିଲା ଏବେ ତାହା ମଗାଯାଉଛି । ଲକ୍ଷାଧିକ ଯୁବକ ଅଗ୍ନିବୀର ହେବାପାଇଁ ଆବେଦନ କରିଛନ୍ତି । ବିରୋଧୀ ଦଳ ମିଥ୍ୟା ପ୍ରଚାର କରିଛନ୍ତି ।

ସେନା ନିୟମ ୧୯୫୪ ଓ ପ୍ରତିରକ୍ଷା ସେବା ନିୟମ ୧୯୮୭ ଅନୁଯାୟୀ ନିଯୁକ୍ତି ଚାଲିଛି । ଆପ୍‌ ଭଳି କିଛି ଦଳ ଯୁବକମାନଙ୍କୁ ସତ୍ୟ ନକହି ବିଭ୍ରାନ୍ତ କରୁଛନ୍ତି । ସେନା ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ସ୍ପଷ୍ଟିକରଣ ଦିଆଯାଇଛି । ଅଗ୍ନିବୀର ନିଯୁକ୍ତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଜାତି ଓ ଧର୍ମର କଲମ ପୂର୍ବରୁ ରହିଛି । ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ଜାତି ପ୍ରମାଣପତ୍ର ଓ ଧର୍ମ ପ୍ରମାଣପତ୍ର ଆବଶ୍ୟକ ପଡିଲେ ଦେବେ । ଏହା ପୂର୍ବରୁ ଥିଲା ଅଗ୍ନିବୀର କ୍ଷେତ୍ରରେ ଏହା ରହିଛି ।