ଟ୍ୱିନ୍ ଟାୱାର ଭାଙ୍ଗିବା ପରେ ନୋଏଡା ରେ ପ୍ରଦୂଷଣ ଜନିତ ରୋଗ ବୃଦ୍ଧି ହେବ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୋଏଡ଼ା ସେକ୍ଟର-୩ ରେ ଅବୈଧ ଭାବରେ ଗଢି ଉଠିଥିବା ସୁପରଟେକ୍ ଏମେରାଲ୍ଡ ଟ୍ୱିନ ଟାୱାର କୁ ଧ୍ୱସ୍ତ କରାଯାଇଛି I ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଦୁଇଟି ଟାୱାରକୁ ଧରାଶାୟୀ କରିବା ପାଇଁ ୩୫୦୦ କେଜିରୁ ଅଧିକ ବିସ୍ଫୋଟକ ବ୍ୟବହାର କରାଯାଇଥିଲା I ଏହି ଟ୍ୱିନ ଟାୱାରଙ୍କୁ ବିଧ୍ୱଂସ କରିବା ଲାଗି ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାକୁ ମୁମ୍ବାଇ ଓ ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ମିଳିତ ମାଟିରେ […]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୋଏଡ଼ା ସେକ୍ଟର-୩ ରେ ଅବୈଧ ଭାବରେ ଗଢି ଉଠିଥିବା ସୁପରଟେକ୍ ଏମେରାଲ୍ଡ ଟ୍ୱିନ ଟାୱାର କୁ ଧ୍ୱସ୍ତ କରାଯାଇଛି I ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଦୁଇଟି ଟାୱାରକୁ ଧରାଶାୟୀ କରିବା ପାଇଁ ୩୫୦୦ କେଜିରୁ ଅଧିକ ବିସ୍ଫୋଟକ ବ୍ୟବହାର କରାଯାଇଥିଲା I ଏହି ଟ୍ୱିନ ଟାୱାରଙ୍କୁ ବିଧ୍ୱଂସ କରିବା ଲାଗି ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାକୁ ମୁମ୍ବାଇ ଓ ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ମିଳିତ ମାଟିରେ ମିଶାଇଛନ୍ତି। ଏହି ଦୁଇ ଟାୱାର ଏମରଲ୍ଡ ସୋସାଇଟି ମଝିରେ ୨୦୦୯ ମସିହାରୁ ନିର୍ମାଣଧୀନ ଥିଲା।
ଏହି ଦୁଇ ଟାୱାର ଧ୍ୱସ୍ତ ହେବା ଦ୍ୱାରା ପରିବେଶବିତ ମାନଙ୍କର ଚିନ୍ତା ବଢିଛି I ଟାୱାର ଧରାଶାୟୀ ହେବା ଦ୍ୱାରା ଏହାର ଉଡୁଥିବା ଧୂଳି କଣା ଆଖାପାଖର ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ I ସେପଟେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି। ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ। ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଏହି ଧ୍ୱଂସାବଶେଷ ରୁ ପ୍ରାୟ ୮୦ ,୦୦୦ ଟନ୍ ବର୍ଜ୍ୟବସ୍ତୁ ଏବଂ ଧୂଳି ବାହାରୁଥିବାରୁ, ନୋଏଡା ର ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାମାଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିଯିବ I କନଷ୍ଟ୍ରକସନ ସାଇଡରୁ ସୃଷ୍ଟି ଧୂଳିରେ ଶ୍ୱାସ ସହିତ ଅନେକ ରୋଗରେ ଲୋକେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହା ଖାସ୍ କରି ଆସ୍ଥମା ରୋଗୀଙ୍କ ପାଇଁ ଘାତକ ହୋଇପାରେ । ଦିଲ୍ଲୀ-ଏନସିଆର ପୂର୍ବରୁ ବହୁତ ପ୍ରଦୂଷିତ ସହର ହୋଇଥିବା ବେଳେ ଏବେ ଏହା ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି ।
ଧୂଳି କାରଣରୁ ଆସ୍ଥମା ଲକ୍ଷଣ ବୃଦ୍ଧି ପାଇବ । ରୋଗୀମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବେ । ଯେଉଁମାନେ ନିୟମିତ ଆସ୍ଥମା ପମ୍ପ ବ୍ୟବହାର କରନ୍ତି ନାହିଁ, ସେମାନଙ୍କର ଅବସ୍ଥା ବିଗିଡ଼ିପାରେ । ଖରାପ ଇମ୍ୟୁନିଟିଧାରୀ ଓ ଭଙ୍ଗାସ୍ଥଳ ନିକଟରେ ରହୁଥିବା ଲୋକଙ୍କଠାରେ ଫଙ୍ଗଲ ସଂକ୍ରମଣ ବୃଦ୍ଧି ପାଇପାରେ । ଫଙ୍ଗସ ସାଧାରଣ ଭାବେ ଫୁସଫୁସକୁ ପ୍ରଭାବିତ କରିଥାଏ । ମାତ୍ର ଏହାର ଲକ୍ଷଣ ବହୁତ ଅଲଗା ହୋଇଥାଏ । ଅଧିକାଂଶ ସମୟରେ ସାମାନ୍ୟ ଅସୁସ୍ଥତା, ଛାତି ଯନ୍ତ୍ରଣା, ଖାସ, ମୁଣ୍ଡବ୍ୟଥା, ଭୋକ ନ ଲାଗିବା, ଶ୍ୱାସ ସମସ୍ୟା, ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା, ଥଣ୍ଡା ଲାଗିବା ଆଦି ଲକ୍ଷଣ ଦେଖାଯାଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।




