ମା’ଙ୍କ ଅନ୍ତିମ ସଂସ୍କାର ପରେ ବନ୍ଦେ ଭାରତ ଟ୍ରେନ ର ଶୁଭାରମ୍ଭ କଲେ ମୋଦି, ‘ମମତା କହିଲେ ମା’ଠାରୁ କିଛି ବଡ଼ ନୁହେଁ’

କୋଲକାତା : କର୍ତବ୍ୟ ପଥରେ ହାର ମାନିଛି ପାରିବାରିକ ବିପତ୍ତି I ମା’ଙ୍କ ଅନ୍ତିମ ସଂସ୍କାର ପରେ ନିଜ କର୍ତବ୍ୟରେ ଆଗେଇଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପଶ୍ଚିମବଙ୍ଗର ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ ର ଚଳାଳଚ ଶୁଭାରମ୍ଭ କରିଛନ୍ତି I ଏହି ଅବସରରେ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ […]

Samaya Live Picture
Published On

କୋଲକାତା : କର୍ତବ୍ୟ ପଥରେ ହାର ମାନିଛି ପାରିବାରିକ ବିପତ୍ତି I ମା’ଙ୍କ ଅନ୍ତିମ ସଂସ୍କାର ପରେ ନିଜ କର୍ତବ୍ୟରେ ଆଗେଇଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପଶ୍ଚିମବଙ୍ଗର ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ ର ଚଳାଳଚ ଶୁଭାରମ୍ଭ କରିଛନ୍ତି I ଏହି ଅବସରରେ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସେ ୭ ,୮୦୦ କୋଟି ଟଙ୍କା ବ୍ୟୟ ରେ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ମଧ୍ୟ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବ୍ୟକ୍ତିଗତ କାରଣରୁ ପଶ୍ଚିମବଙ୍ଗରେ ପହଞ୍ଚି ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ କ୍ଷମା ମାଗିଛନ୍ତି। ତେବେ ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ଦେହାନ୍ତ ବିଷୟରେ ସମବେଦନା ଜଣାଇ କହିଛନ୍ତି’ମା’ଠାରୁ ବଡ଼ କିଛି ନାହିଁ’।

ଆଜି ପ୍ରଧାନମନ୍ତ୍ରୀ ମା’ଙ୍କୁ ମୁଖାଗ୍ନି ଦେବା ପରେ ପୂର୍ବ ସୂଚୀ ଅନୁଯାୟୀ ସେ ତୁରନ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ହେଁ ତାଙ୍କ ମୁହଁରୁ ମା’ଙ୍କୁ ହରାଇଥିବା ଦୁଃଖ ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କ୍ଷଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆମକୁ ଏହି ସୁଯୋଗ ଦେଇଥିବାରୁ ପଶ୍ଚିମବଙ୍ଗର ଲୋକଙ୍କ ତରଫରୁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଦେଉଛି। ଏହା ଆପଣଙ୍କ ପାଇଁ ଏକ ଦୁଖଦଃ ଦିନ I ଆପଣଙ୍କ ମା’ଙ୍କ ଦେହାନ୍ତରେ ମୁଁ କେମିତି ଶୋକ ଜଣାଇବି ଜାଣିପାରୁନି। ଆପଣଙ୍କ ମା’ ଆମମାନଙ୍କ ମା’। ମା’ଙ୍କ ଠାରୁ ଆଉ ବଡ଼ କିଛି ନାହିଁ Iମୋର ବି ମୋ ମା’ଙ୍କ କଥା ମନେ ପଡ଼ୁଛି।” ଆପଣଙ୍କ କାର୍ଯ୍ୟ ଜାରି ରଖିବାକୁ ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ, ଆପଣ ଦୟାକରି କିଛି ସମୟ ବିଶ୍ରାମ ନିଅନ୍ତୁ I ଏହା ଶୁଣି ମୋଦି ଆହୁରି ଭାବବିହ୍ୱଳ ହୋଇଯାଇଥିଲେ। ତଥାପି ଧାର୍ଯ୍ୟ ସୂଚୀ ଅନୁସାରେ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ସେ ଯୋଗଦେଇଛନ୍ତି।

Tags: